ରାଜ୍ୟର ୩ଟି ନୂଆ ପ୍ରକଳ୍ପରେ ନିବେଶ ହେବ ୨୭୬ କୋଟି, ନିଯୁକ୍ତି ପାଇବେ ୫୬୪ ଜଣ

ଭୁବନେଶ୍ୱର: ରାଜ୍ୟର ୩ଟି ନୂଆ ପ୍ରକଳ୍ପରେ ନିବେଶ ହେବ ୨୭୬ କୋଟି ୭୫ ଲକ୍ଷଟଙ୍କା। ଏହି ସବୁ ପ୍ରକଳ୍ପରେ ସିଧା ସଳଖ ୫୬୪ ଜଣ ନିଯୁକ୍ତି ପାଇବେ। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ତିନି ନୂଆ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। କେନ୍ଦୁଝରରେ ଟାଟା ସ୍ପଞ୍ଜ କାରାଖାନାରେ ୧୨.୫ ମେଗାୱାଟ ବିଶିଷ୍ଟ ଆଉ ଏକ କ୍ୟାପ୍‌ଟିଭ୍‌ ପାୱାର ପ୍ଲାଣ୍ଟ୍ ପ୍ରତିଷ୍ଠା ଲାଗି ମଞ୍ଜୁରୀ […]

aditya prasad-padhi

Rakesh Mallick
  • Published: Saturday, 26 March 2016
  • , Updated: 26 March 2016, 03:22 PM IST

ଭୁବନେଶ୍ୱର: ରାଜ୍ୟର ୩ଟି ନୂଆ ପ୍ରକଳ୍ପରେ ନିବେଶ ହେବ ୨୭୬ କୋଟି ୭୫ ଲକ୍ଷଟଙ୍କା। ଏହି ସବୁ ପ୍ରକଳ୍ପରେ ସିଧା ସଳଖ ୫୬୪ ଜଣ ନିଯୁକ୍ତି ପାଇବେ। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ତିନି ନୂଆ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। କେନ୍ଦୁଝରରେ ଟାଟା ସ୍ପଞ୍ଜ କାରାଖାନାରେ ୧୨.୫ ମେଗାୱାଟ ବିଶିଷ୍ଟ ଆଉ ଏକ କ୍ୟାପ୍‌ଟିଭ୍‌ ପାୱାର ପ୍ଲାଣ୍ଟ୍ ପ୍ରତିଷ୍ଠା ଲାଗି ମଞ୍ଜୁରୀ ମିଳିଛି। ସେହିପରି ବି.କେ.ଷ୍ଟିଲ୍‌ ପକ୍ଷରୁ କଳିଙ୍ଗ ନଗର ଠାରେ ଏକ ରୋଲିଂ ମିଲ୍‌ ଏବଂ ଗଞ୍ଜାମ ଛତ୍ରପୁରରେ ସରାପ ଏଜେନ୍ସୀ ପକ୍ଷରୁ ସ୍କାଣ୍ଡିୟମ ଏବଂ ଫେରୋଟିଟାନିୟମ୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବା ଲାଗି ମଞ୍ଜୁରୀ ମିଳିଛି। ସେହିପରି ଅନ୍‌ଲାଇନ୍‌ରେ ପ୍ରକଳ୍ପ ମଞ୍ଜୁରୀ ନେଇ ଆରମ୍ଭ ହୋଇଥିବା ଇ-ବିଜ୍‌ ପୋର୍ଟାଲ୍‌ ଜରିଆରେ ପ୍ରଥମ ଥର ପାଇଁ ପ୍ରକଳ୍ପ ଅନୁମୋଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର।

Related story