ମଙ୍ଗଳବାରଠାରୁ କରେଣ୍ଟ ଆକାଉଣ୍ଟରୁ ଟଙ୍କା ଉଠାଣରୁ ଉଠିବ କଟକଣା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) କରେଣ୍ଟ ଆକାଉଣ୍ଟରୁ ଟଙ୍କା ଉଠାଣ ଉପରୁ କଟକଣା ହଟାଇ ଦେଇଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ। ସେହିପରି ଫେବୃଆରୀ ୧ରୁ ଏଟିଏମ୍‌ରୁ ଟଙ୍କା ଉଠାଣ କଟକଣା ସମ୍ପୂର୍ଣ୍ଣ ଉଠାଇ ଦିଆଯିବ। ଏଟିଏମ୍‌ରୁ ଗୋଟିଏ ଦିନରେ ସର୍ବାଧିକ ୨୪,୦୦୦ ହଜାର ଟଙ୍କା ଉଠାଇହେବ। ତେବେ ପୂର୍ବପରି ସପ୍ତାହକୁ ଏଟିଏମ୍‌ଏରୁ ୨୪,୦୦୦ ଟଙ୍କା ଉଠାଣ ନିୟମ ବଳବତ୍ତର ରହିଛି। ସେଭିଙ୍ଗ୍ସ ଆକାଉଣ୍ଟ କ୍ଷେତ୍ରରେ ଥିବା କଟକଣା ପୂର୍ବପରି ବଳବତ୍ତର ରହିବ।

rbi

Rakesh Mallick
  • Published: Monday, 30 January 2017
  • , Updated: 31 January 2017, 07:17 AM IST

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) କରେଣ୍ଟ ଆକାଉଣ୍ଟରୁ ଟଙ୍କା ଉଠାଣ ଉପରୁ କଟକଣା ହଟାଇ ଦେଇଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ। ସେହିପରି ଫେବୃଆରୀ ୧ରୁ ଏଟିଏମ୍‌ରୁ ଟଙ୍କା ଉଠାଣ କଟକଣା ସମ୍ପୂର୍ଣ୍ଣ ଉଠାଇ ଦିଆଯିବ। ଏଟିଏମ୍‌ରୁ ଗୋଟିଏ ଦିନରେ ସର୍ବାଧିକ ୨୪,୦୦୦ ହଜାର ଟଙ୍କା ଉଠାଇହେବ। ତେବେ ପୂର୍ବପରି ସପ୍ତାହକୁ ଏଟିଏମ୍‌ଏରୁ ୨୪,୦୦୦ ଟଙ୍କା ଉଠାଣ ନିୟମ ବଳବତ୍ତର ରହିଛି।

ସେଭିଙ୍ଗ୍ସ ଆକାଉଣ୍ଟ କ୍ଷେତ୍ରରେ ଥିବା କଟକଣା ପୂର୍ବପରି ବଳବତ୍ତର ରହିବ।

Related story