Advertisment

କିଣୁଛନ୍ତି କି ସୁନା, ଜାଣନ୍ତୁ ଏହି ସବୁ କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧନତେରାସ୍‌ ରେ ସୁନା କିଣା ନିଶା ଓଡ଼ିଆଙ୍କୁ କେବେଠୁ ଘାରିଛି ସେ ବିଷୟରେ ଆମେ ଖୋଳତାଡ଼ କରୁନୁ। ଏହି ଦିନ ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସିବେ କି ନାହିଁ ସେ ବାବଦରେ ବି ଆମେ ତର୍ଜମା କରୁନାହୁଁ। ଗୋଟେପଟେ ବିବାହ ଋତୁ ଅନ୍ୟପଟେ ଦୀପାବଳି। ବ୍ରାଣ୍ଡେଡ୍‌, ନନ୍‌ବ୍ରାଣ୍ଡେଡ୍, ଲୋକାଲ୍‌, ଗ୍ଲୋବାଲ୍‌ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରତ୍ୟେକ ଗହଣା ଶୋ’ରୁମ୍ ନିଜ ନିଜର ଅଫର୍‌ ଘୋଷଣା କରିଛନ୍ତି।    ପ୍ରକୃତରେ ଯିଏ […]

ଅଦ୍ୟତନ ହୋଇଛି
କିଣୁଛନ୍ତି କି ସୁନା, ଜାଣନ୍ତୁ ଏହି ସବୁ କଥା 

g-1

Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧନତେରାସ୍‌ ରେ ସୁନା କିଣା ନିଶା ଓଡ଼ିଆଙ୍କୁ କେବେଠୁ ଘାରିଛି ସେ ବିଷୟରେ ଆମେ ଖୋଳତାଡ଼ କରୁନୁ। ଏହି ଦିନ ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସିବେ କି ନାହିଁ ସେ ବାବଦରେ ବି ଆମେ ତର୍ଜମା କରୁନାହୁଁ। ଗୋଟେପଟେ ବିବାହ ଋତୁ ଅନ୍ୟପଟେ ଦୀପାବଳି। ବ୍ରାଣ୍ଡେଡ୍‌, ନନ୍‌ବ୍ରାଣ୍ଡେଡ୍, ଲୋକାଲ୍‌, ଗ୍ଲୋବାଲ୍‌ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରତ୍ୟେକ ଗହଣା ଶୋ’ରୁମ୍ ନିଜ ନିଜର ଅଫର୍‌ ଘୋଷଣା କରିଛନ୍ତି। 
Advertisment
 
publive-image
ପ୍ରକୃତରେ ଯିଏ କିଣୁଛି ସେ ହିଁ ଜାଣୁଛି ଏଥିରେ କେତେ ଲାଭ, କେତେ କ୍ଷତି। ଯଦି ଆପଣ ସୁନା ଗହଣା କିଣୁଛନ୍ତି  ତେବେ ଜାଣନ୍ତୁ ଏଇ କେତୋଟି କଥା...
 
ପରଖନ୍ତୁ ଶୁଦ୍ଧତା- ସୁନାର ଶୁଦ୍ଧତାକୁ କ୍ୟାରେଟ୍‌ରେ ମପାଯାଏ। ୨୪ କ୍ୟାରେଟ୍‌ କୁହାଯାଉଥିବା ସୁନାର ଶୁଦ୍ଧତା ହେଉଛି ୯୯.୯%। ସେହିପରି ୨୨ କ୍ୟାରେଟ୍‌ ବିଶିଷ୍ଟ କୁହାଯାଉଥିବା ସୁନାର ଶୁଦ୍ଧତା ମାତ୍ରା ହେଉଛି ୯୨%। ଏକ କ୍ୟାରେଟ୍ କ୍ଷେତ୍ରରେ ସୁନାର ଶୁଦ୍ଧତା ମାତ୍ରା ୪.୨%।
Advertisment
 
୨୪ କ୍ୟାରେଟ୍ ସୁନା ପ୍ରାୟତଃ ଗହଣା ତିଆରି ପାଇଁ ଉପଯୁକ୍ତ ନୁହେଁ। ତେଣୁ ସାଧାରଣତଃ ୧୪ କ୍ୟାରେଟ୍,୧୮ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍‌ ସୁନାକୁ ଗହଣା ପାଇଁ ବ୍ୟବହାର କରାଯାଏ। ତେବେ ୧୪ ତୁଳନାରେ ୨୨ ଏବଂ ୧୮ କ୍ୟାରେଟ୍‌ ସୁନାକୁ ପ୍ରାୟତଃ ଅଧିକ ପସନ୍ଦ କରାଯାଏ।
 
ଗଢ଼ା ମଜୁରି- ଯଦି ଆପଣଙ୍କୁ କୌଣସି ଶୋ’ରୁମ୍‌ରେ କୁହାଯାଉଛି ଯେ, ସୁନା ଦାମ୍ ବର୍ତ୍ତମାନ ୩୧ ହଜାର ଟଙ୍କା ରହିଛି, ତେବେ ଏହାର ଅର୍ଥ ହେଲା ମୋଟା ମୋଟି ଭାବେ କେବଳ ବିସ୍କୁଟ୍‌ ଆକାରରେ ଥିବା ସୁନାର ଏହା ହେଉଛି ପ୍ରକୃତ ଦାମ୍। ଏହା ପରେ ସେଥିରେ ଗଢ଼ା ମଜୁରି ହିସାବ ହେବ। ତା’ ପରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବ। ତା’ ପରେ ଆପଣଙ୍କୁ ଯେଉଁ ଦର କୁହାଯିବ ତାହା ହେଉଛି ପ୍ରକୃତ ଗହଣାର କିଣା ଦାମ୍।
 
ମ୍ୟାନ୍‌ମେଡ୍‌ ଓ ମେଶିନ୍‌ମେଡ୍- କିଣିବା ପୂର୍ବରୁ ଜାଣନ୍ତୁ ଆପଣ ପସନ୍ଦ କରୁଥିବା ଗହଣା ହାତ ତିଆରି ନା ମେଶିନ୍‌ ତିଆରି। ହାତରେ ତିଆରି ସୁକ୍ଷ୍ମ କାରିଗରି ଏବଂ ମେଶିନ୍‌ ତିଆରି ଗହଣାରେ ନିଶ୍ଚିତ ଫରକ ବାରି ହେବ।
 ବ୍ରାଣ୍ଡେଡ୍‌ ଓ ନନ୍‌ ବ୍ରାଣ୍ଡେଡ୍‌- ଏବେ ତ ଆପଣ ଶୁଣିଥିବେ ହୀରା ଗହଣା ଡିଜାଇନର ନିରବ ମୋଦି କିଭଳି ପଞ୍ଜାବ ନ୍ୟାଶ୍‌ନାଲ୍ ବ୍ୟାଙ୍କରୁ ୧୪ ହଜାର କୋଟି ଟଙ୍କା ଠକି ନେଇ ବିଦେଶରେ ଅୟସ୍ କରୁଛନ୍ତି। ଆମେ ସିଆଡେ ଯିବା ନାହିଁ। ଦେଶରେ ଲକ୍ଷାଧିକ ଗହଣା ଶୋ’ରୁମ୍ ରହିଛି। କେତେକ ନିର୍ଦ୍ଦିଷ୍ଟ ସହରରେ ପରିଚିତ ହୋଇଥିବା ବେଳେ ଆଉ କେତେକ ସାରା ଭାରତରେ ତ ଆଉ କେତେକ ଦେଶ ବାହାରେ ମଧ୍ୟ କ୍ଷାତି ଅର୍ଜନ କରିଛନ୍ତି। ତେବେ ବ୍ରାଣ୍ଡେଡ୍‌ ଶୋ’ରୁମ୍‌ରୁ ଗହଣା କ୍ରୟ କଲେ ଦାମ୍‌ ଅଧିକ ହେଲେ ମଧ୍ୟ ନିର୍ଭରଯୋଗ୍ୟ ବୋଲି ଧରାଯାଏ।
 ବିଆଇଏସ୍‌  ସ୍ଵୀକୃତି -ଭାରତ ସରକାରଙ୍କ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ୍(ବିଆଇଏସ୍) ନାମରେ ଏକ ଜାତୀୟ ମାନକ ସଂସ୍ଥା କାର୍ଯ୍ୟ କରୁଛି। ୧୯୮୬ ଡିସେମ୍ବର ୨୩ରୁ ଏହା ଲାଗୁ ହୋଇଛି। ଏହାରି ଆଧାରରେ ହିଁ ଶୋ’ରୁମ୍‌ଗୁଡ଼ିକୁ ଗହଣା ବିକ୍ରି ପାଇଁ ସ୍ଵୀକୃତି  ଦିଆଯାଇ ଥାଏ। ଗହଣା କିଣିବା ବେଳେ ଏହାକୁ ଭୁଲିବା ଅନୁଚିତ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe