୨୦୨୨ ସୁଦ୍ଧା ରିଏଲିଟି କ୍ଷେତ୍ରରେ ସୃଷ୍ଟି ହେବ ୭.୫ କୋଟି ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ରିଏଲ ଇଷ୍ଟେଟ୍‌ ଓ କନ୍‌ଷ୍ଟ୍ରକ୍‌ସନ୍‌ କ୍ଷେତ୍ରରେ ଆସନ୍ତା ୨୦୨୨ ସୁଦ୍ଧା ଦେଶରେ ୭.୫ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ବିଶ୍ୱରେ ଭାରତ ନିଯୁକ୍ତି ସୁଯୋଗ ଦେବାର ପ୍ରଥମ ଦେଶ ହେବ। ଆଜି ରିପୋର୍ଟରେ ଏହା ଦର୍ଶାଇଛି କେପିଏମ୍‌ଜି ସଂସ୍ଥା। କେପିଏମ୍‌ଜି ପକ୍ଷରୁ କୁହାଯାଇଛି,“୨୦୩୦ ବେଳେକୁ ରିଏଲ ଇଷ୍ଟେଟ୍‌ ଓ କନ୍‌ଷ୍ଟ୍ରକ୍‌ସନ୍‌ କ୍ଷେତ୍ରରେ ଭାରତର ଜାତୀୟ ଘରୋଇ ଉତ୍ପାଦ (ଜିଡିପି) ୧୫ ପ୍ରତିଶତ ବୃଦ୍ଧି ପାଇବା ଆଶା କରାଯାଉଛି। ଏହାସହ ୭.୫ କୋଟି ନିଯୁକ୍ତି […]

real estate and construction india

Rakesh Mallick
  • Published: Sunday, 21 August 2016
  • , Updated: 21 August 2016, 05:03 PM IST

ନୂଆଦିଲ୍ଲୀ: ରିଏଲ ଇଷ୍ଟେଟ୍‌ ଓ କନ୍‌ଷ୍ଟ୍ରକ୍‌ସନ୍‌ କ୍ଷେତ୍ରରେ ଆସନ୍ତା ୨୦୨୨ ସୁଦ୍ଧା ଦେଶରେ ୭.୫ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ବିଶ୍ୱରେ ଭାରତ ନିଯୁକ୍ତି ସୁଯୋଗ ଦେବାର ପ୍ରଥମ ଦେଶ ହେବ। ଆଜି ରିପୋର୍ଟରେ ଏହା ଦର୍ଶାଇଛି କେପିଏମ୍‌ଜି ସଂସ୍ଥା।

କେପିଏମ୍‌ଜି ପକ୍ଷରୁ କୁହାଯାଇଛି,“୨୦୩୦ ବେଳେକୁ ରିଏଲ ଇଷ୍ଟେଟ୍‌ ଓ କନ୍‌ଷ୍ଟ୍ରକ୍‌ସନ୍‌ କ୍ଷେତ୍ରରେ ଭାରତର ଜାତୀୟ ଘରୋଇ ଉତ୍ପାଦ (ଜିଡିପି) ୧୫ ପ୍ରତିଶତ ବୃଦ୍ଧି ପାଇବା ଆଶା କରାଯାଉଛି। ଏହାସହ ୭.୫ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି।”

ଏହି ରିପୋର୍ଟକୁ କେପିଏମ୍‌ଜି ଇଣ୍ଡିଆ ଓ ଜାତୀୟ ରିଏଲ ଇଷ୍ଟେଟ୍‌ ବିକାଶ ପରିଷଦ (ନାରେଡ୍‌କୋ) ସାର୍ବଜନୀନ କରିଛନ୍ତି।

ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୧୫ରେ ବେଳକୁ ସହରାଞ୍ଚଳ ଜନସଂଖ୍ୟା ୪୨ କୋଟି ରହିଛି ଆସନ୍ତା ୨୦୩୦ ୪୦ ପ୍ରତିଶତ ବୃଦ୍ଧି ପାଇ ୫୮ କୋଟି ପହଞ୍ଚିବା ଆଶା କରାଯାଇଛି।

Related story