ଭାରତରେ Realme 3i ସେଲ୍‌ ଆରମ୍ଭ

ନୂଆଦିଲ୍ଲୀ: ଆଜିଠାରୁ ଫ୍ଲିପକାର୍ଟରେ Realme 3i ସ୍ମାର୍ଟଫୋନ୍‌ର ବିକ୍ରି ଆରମ୍ଭ ହେଉଛି। ଗତମାସରେ ଏହି ସ୍ମାର୍ଟଫୋନ୍‌କୁ ଭାରତରେ ଲଞ୍ଚ୍‌ କରାଯାଇଥିଲା।

ଫ୍ଲିପକାର୍ଟ ଓ Realme ଇଣ୍ଡିଆ ଅନଲାଇନ ୱେବସାଇଟ୍ ଜରିଆରେ ଗ୍ରାହକମାନେ Realme 3i ଫୋନ୍‌କୁ ଆଜି ଦିନ ୧୨ଟାରୁ ବୁକିଙ୍ଗ୍‌ କରିପାରିବେ। ଗ୍ରାହକମାନଙ୍କ Realme 3i ର ଦୁଇଟି ଭାରିଆଣ୍ଟସ୍‌- ଡାଇମଣ୍ଡ୍‌ ବ୍ଲାକ୍‌, ବ୍ଲୁ କଲର୍‌ ଅନ୍‌ଲାଇନ୍‌ରେ ଉପଲବ୍ଧ ହେଉଛି। ୩ ଜିବି ରାମ୍‌ ଓ ୩୨ ଜିବି ଷ୍ଟୋରେଜ୍‌ ଥିବା ଭାରିଆଣ୍ଟର ମୂଲ୍ୟ ୭୯୯୯ଟଙ୍କା ଏବଂ ୪ ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜ୍‌ କ୍ଷମତା ଥିବା ଭାରିଆଣ୍ଟର ମୂଲ୍ୟ ରହିଛି ୯୯୯୯ଟଙ୍କା।

ଯଦି ଆପଣ ଏହାକୁ ଅନଲାଇନ୍‌ ୱେବସାଇଟ୍‌ ଫ୍ଲିପକାର୍ଟରୁ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ସେଲ୍‌ ଅଫର୍‌ ମଧ୍ୟ ରହିଛି।

ଫ୍ଲିପ୍‌କାର୍ଟରେ ଏକ୍ସିସ୍‌ ବ୍ୟାଙ୍କ୍‌ କ୍ରେଡିଟ୍‌ କାର୍ଡରେ ଆପଣଙ୍କୁ ୫ ପ୍ରତିଶତ କ୍ୟାଶ୍‌ ବ୍ୟାକ୍‌ ଓ ଏଚ୍‌ଡିଏଫ୍‌ସି ଡେବିଟ୍‌ କାର୍ଡରେ ୫ ପ୍ରତିଶତ କ୍ୟାଶ୍‌ ବ୍ୟାକ୍‌ ମିଳିବ। ସେହିପରି Realme ଇଣ୍ଡିଆ ୱେବସାଇଟରେ MobiKwik ଜରିଆରେ ଟ୍ରାଞ୍ଜାକ୍ସନ୍‌ କଲେ ଆପଣଙ୍କୁ ୧୦ ପ୍ରତିଶତ ସୁପରକ୍ୟାଶ୍‌ ଓ ଜିଓ ପକ୍ଷରୁ ୫୩୦୦ ଟଙ୍କାର ବେନିଫିଟସ୍‌ ମଧ୍ୟ ମିଳିବ।

 

Realme 3i ରହିଛି ଏହିସବୁ ଫିଚର୍‌

– ଡୁଆଲ୍‌ ସପୋର୍ଟ ନାନୋ ସିମ୍‌
– ଏହି ସ୍ମାର୍ଟଫୋନ୍‌ରେ ଆଣ୍ଡ୍ରଏଡ୍‌ର ColorOS 6.0 ଭର୍ସନ୍‌ ଏବଂ MediaTek Helio P60 ପ୍ରୋସେସର୍‌ ରହିଛି।
– ଏହି ଫୋନ୍‌ର ଗୋଟିଏ ଭାରିଆଣ୍ଟ ୩ଜିବି ରାମ୍‌ ଓ ୩୨ ଜିବି ଷ୍ଟୋରେଜ୍‌ କ୍ଷମତା ଥିବାବେଳେ ଏବଂ ଅନ୍ୟଟି ୪ ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜ୍‌ କ୍ଷମତା ରହିଛି।
– ଫୋନ୍‌ରେ ୬.୨ ଇଞ୍ଚର ଏଚ୍‌ଡି ଡିସପ୍ଲେ ରହିଛି।
– ସେଲ୍‌ଫି ପାଇଁ ୧୩ ମେଗା ପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା ରହିଛି।
– ୪୨୩୦ ଏମ୍‌ଏଏଚ୍‌ର ବ୍ୟାଟେରୀ କ୍ଷମତା ରହିଛି।