Realme 5 Proର ବିକ୍ରି ଆରମ୍ଭ

ନୂଆଦିଲ୍ଲୀ: ଭାରତରେ ଆଜିଠାରୁ Realme 5 Pro ସ୍ମାର୍ଟଫୋନ୍‌ର ବିକ୍ରି ଆରମ୍ଭ ହୋଇଛି। ଏହି ଫୋନ୍‌ଟିକୁ ଅଗଷ୍ଟ ମାସରେ Realme 5 ସହିତ ଲଞ୍ଚ୍‌ କରାଯାଇଥିଲା। କମ୍ପାନୀର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଓ ଫ୍ଲିପ୍‌କାର୍ଟରେ ଏହାର ବିକ୍ରି ଆରମ୍ଭ ହୋଇଛି। ଏହି ଫୋନ୍‌ ସହ କମ୍ପାନୀ Realme Buds 2 ହେଡ୍‌ଫୋନ୍ ମଧ୍ୟ ବିକ୍ରି କରୁଛି। Realme 5 Proର ୪ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜ୍‌ର ମୂଲ୍ୟ ୧୩ ହଜାର ୯୯୯ ଟଙ୍କା ରଖାଯାଇଛି। ସେହିପରି […]

real-me

Chinmayee Roy
  • Published: Wednesday, 04 September 2019
  • , Updated: 04 September 2019, 12:21 PM IST

ନୂଆଦିଲ୍ଲୀ: ଭାରତରେ ଆଜିଠାରୁ Realme 5 Pro ସ୍ମାର୍ଟଫୋନ୍‌ର ବିକ୍ରି ଆରମ୍ଭ ହୋଇଛି। ଏହି ଫୋନ୍‌ଟିକୁ ଅଗଷ୍ଟ ମାସରେ Realme 5 ସହିତ ଲଞ୍ଚ୍‌ କରାଯାଇଥିଲା। କମ୍ପାନୀର ଅଫିସିଆଲ୍‌ ୱେବ୍‌ସାଇଟ୍‌ ଓ ଫ୍ଲିପ୍‌କାର୍ଟରେ ଏହାର ବିକ୍ରି ଆରମ୍ଭ ହୋଇଛି। ଏହି ଫୋନ୍‌ ସହ କମ୍ପାନୀ Realme Buds 2 ହେଡ୍‌ଫୋନ୍ ମଧ୍ୟ ବିକ୍ରି କରୁଛି।

Realme 5 Proର ୪ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜ୍‌ର ମୂଲ୍ୟ ୧୩ ହଜାର ୯୯୯ ଟଙ୍କା ରଖାଯାଇଛି। ସେହିପରି ୬ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜ୍‌ ଏବଂ ୮ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍‌ ଭ୍ୟାରିଆଣ୍ଟର ମୂଲ୍ୟ ଯଥାକ୍ରମେ ୧୪ ହଜାର ୯୯୯ ଓ ୧୬ ହଜାର ୯୯୯ଟଙ୍କା ରଖାଯାଇଛି। ଏହି ଫୋନ୍‌କୁ ଗ୍ରାହକ କ୍ରୀଷ୍ଟାଲ ଗ୍ରୀନ୍‌ ଓ ସ୍ପାର୍କ୍ଲିଂ ବ୍ଲୁ  ରଙ୍ଗରେ ପାଇପାରିବେ। ଏଥିସହ Realme Buds 2 ହେଡଫୋନ୍‌କୁ କମ୍ପାନୀ ୱେବସାଇଟ୍‌ରେ ୫୯୯ଟଙ୍କାରେ ବିକିବ।

Realme 5 Pro ସହ ଲଞ୍ଚ୍‌ ଅଫର୍‌ ଭାବେ ଏହାର ଅଫିସିଆଲ୍ ୱେବସାଇଟ୍‌ରେ ରିଲାଏନ୍ସ ଜିଓ ଓ ପେଟିଏମ୍‌ ଫାର୍ଷ୍ଟ ମେମ୍ବରସିପ୍‌ ସହ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇଦା ପାଇପାରିବେ।  ଏହା ବ୍ୟତୀତ ପେଏଟିଏମ୍ UPIରୁ ଫୋନ୍‌ କିଣିଲେ ଗ୍ରାହକଙ୍କୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍ ମିଳିବ। ଏଥିସହ ଫ୍ଲିପ୍‌କାର୍ଟରେ କିଛି ବ୍ୟାଙ୍କର ଅଫର୍‌ ଓ ନୋ-କଷ୍ଟ୍‌ EMIର ସୁବିଧା ମିଳିବ।

Realme 5 Proରେ ୬.୩ ଇଞ୍ଚ୍‌ର  ଫୁଲ୍‌-ଏଚ୍‌ଡିପ୍ଲସ ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ ସ୍ନାପଡ୍ରାଗନ୍‌ ୭୧୨ ପ୍ରୋସେସର୍‌ ସହ IMX586 48MP ସେନ୍‌ସର୍‌ ଦିଆଯାଇଛି। ଏଥିସହ ଫଟୋ ଉଠାଇବା ପାଇଁ ଏହାର ପଛରେ କ୍ୱାଡ୍‌ କ୍ୟାମେରା (48mp + 8mp+ 2mp+ 2mp) ସେଟ୍‌ ଅପ୍ ରହିଛି। ସେଲ୍‌ଫି ପାଇଁ ଏଥିରେ ୧୬ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ଦିଆଯା‌ଇଛି। Realme 5 Proରେ 5000mAhର ବ୍ୟାଟେରୀ ସହ VOOC 3.0 ଫାଷ୍ଟ୍‌ ଚାର୍ଜିଂର ସପୋର୍ଟ ମଧ୍ୟ ରହିଛି।

Related story