Realmeର ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ: ଯେଉଁଥିରେ ରହିଛି ୨୫ ମେଗା ପିକ୍‌ସେଲ୍‌ କ୍ୟାମେରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): Realme ଗତ ମାସରେ ଲେଟେଷ୍ଟ ସ୍ମାର୍ଟଫୋନ୍‌ U1 ଲଞ୍ଚ କରିଛି। ଆମାଜୋନ୍‌ରେ ଏହି ଫୋନ୍‌ର ସେଲ୍‌ ଲାଗିଛି। ଏଥିରେ ୩GB ଏବଂ ୪GB ରାମ୍‌ ଥିବା ଦୁଇଟି ଭେରିଏଣ୍ଟ ରହିଛି। ୧୭ଡିସେମ୍ବରରୁ ୩GB ରାମ୍‌ ବେରିଏଣ୍ଟ ବିଶିଷ୍ଟ ଫୋନ୍‌ର ବିକ୍ରି ଆରମ୍ଭ ହୋଇଛି। ୪GB ରାମ୍‌ ବେରିଏଣ୍ଟ ଫୋନ୍‌ର ବିକ୍ରି ୧୯ ଡିସେମ୍ବରରୁ ହେବ। ୩GB ରାମ୍‌ ଥିବା ଫୋନ୍‌ର ଦାମ୍‌ ୧୧,୯୯୯ଟଙ୍କା ଥିବା ବେଳେ ୪GB ରାମ୍‌ ଥିବା ଫୋନ୍‌ର ମୂଲ୍ୟ ୧୪,୪୯୯ଟଙ୍କା […]

IMG_20181128_132953148-kHx--621x414@LiveMint-krK--621x414@LiveMint

Biswobandita Swain
  • Published: Sunday, 16 December 2018
  • , Updated: 17 December 2018, 07:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): Realme ଗତ ମାସରେ ଲେଟେଷ୍ଟ ସ୍ମାର୍ଟଫୋନ୍‌ U1 ଲଞ୍ଚ କରିଛି। ଆମାଜୋନ୍‌ରେ ଏହି ଫୋନ୍‌ର ସେଲ୍‌ ଲାଗିଛି। ଏଥିରେ ୩GB ଏବଂ ୪GB ରାମ୍‌ ଥିବା ଦୁଇଟି ଭେରିଏଣ୍ଟ ରହିଛି। ୧୭ଡିସେମ୍ବରରୁ ୩GB ରାମ୍‌ ବେରିଏଣ୍ଟ ବିଶିଷ୍ଟ ଫୋନ୍‌ର ବିକ୍ରି ଆରମ୍ଭ ହୋଇଛି। ୪GB ରାମ୍‌ ବେରିଏଣ୍ଟ ଫୋନ୍‌ର ବିକ୍ରି ୧୯ ଡିସେମ୍ବରରୁ ହେବ।

୩GB ରାମ୍‌ ଥିବା ଫୋନ୍‌ର ଦାମ୍‌ ୧୧,୯୯୯ଟଙ୍କା ଥିବା ବେଳେ ୪GB ରାମ୍‌ ଥିବା ଫୋନ୍‌ର ମୂଲ୍ୟ ୧୪,୪୯୯ଟଙ୍କା ରହିଛି। ଏଥିସହ ଏସ୍‌ବିଆଇ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଏହି ଫୋନ୍‌ରେ ୫ପ୍ରତିଶତ କ୍ୟାସ୍‌ବ୍ୟାକ୍‌ର ସୁବିଧା ରହିଛି।

ସ୍ପେଶିଫିକେସନ୍‌

ଫେନ୍‌ରେ ଡୁଆଲ୍‌ ସିମ୍‌ ରହିଛି।  ୬.୩ର ଏଚ୍‌ଡି ଡିସ୍‌ପ୍ଲେ ରହିଛି। ପ୍ରଣ୍ଟ କ୍ୟାମେରା ୧୩ମେଗା ପିକ୍‌ସେଲ୍‌ ରହିଥିବା ବେଳେ ବ୍ୟାକ୍‌ କ୍ୟାମେରା ୨୫ମେଗାପିକ୍ସଲ୍‌ରେ ଉପଲବ୍ଧ। ଏଥିସହ ଫୋନ୍‌ରେ ୩୨GB ଏବଂ ୬୪GB ଦୁଇଟି ମେମୋରି ଷ୍ଟୋରେଜ୍‌ର ବିକଳ୍ପ ରହିଛି।

Related story