ରିଲାଏନ୍ସର 4G ଲାଇସେନ୍ସ ବିରୋଧରେ ଆଗତ ପିଆଇଏଲ୍ ଖାରଜ

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଇନ୍‌ଫରମେସନ୍ ଲିମିଟେଡ୍ (ଆର୍‌ଜେଆଇଏଲ୍)କୁ )କୁ 4G ସ୍ପେକ୍ଟ୍ରମ୍ ଲାଇସେନ୍ସ ଦିଆଯିବାକୁ ବିରୋଧ କରି ଆଗତ ଏକ ଜନସ୍ୱାର୍ଥ୍ୟ ମାମଲ(ପିଆଇଏଲ୍)କୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି। ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍ ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବେଞ୍ଚ୍ ସେଣ୍ଟର ଫର୍ ପବ୍ଲିକ୍ ଇଣ୍ଟରେଷ୍ଟ ଲିଟିଗେସନ୍ (ସିପିଆଇଏଲ୍) ପକ୍ଷରୁ ଆଗତ ଏହି ପିଟିସନ୍‌କୁ ଖାରଜ କରି ଦେଇଥିଲେ। ତେବେ ଏସ୍‌ୟୁସି ଉପରେ ଦୃଷ୍ଟି ଦେବାକୁ କୋର୍ଟ ସରକାରଙ୍କୁ କହିଥିଲେ। କିନ୍ତୁ ଏ […]

reliance

Rakesh Mallick
  • Published: Friday, 08 April 2016
  • , Updated: 08 April 2016, 07:42 AM IST

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଇନ୍‌ଫରମେସନ୍ ଲିମିଟେଡ୍ (ଆର୍‌ଜେଆଇଏଲ୍)କୁ )କୁ 4G ସ୍ପେକ୍ଟ୍ରମ୍ ଲାଇସେନ୍ସ ଦିଆଯିବାକୁ ବିରୋଧ କରି ଆଗତ ଏକ ଜନସ୍ୱାର୍ଥ୍ୟ ମାମଲ(ପିଆଇଏଲ୍)କୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି।

ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଟି.ଏସ୍ ଠାକୁରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବେଞ୍ଚ୍ ସେଣ୍ଟର ଫର୍ ପବ୍ଲିକ୍ ଇଣ୍ଟରେଷ୍ଟ ଲିଟିଗେସନ୍ (ସିପିଆଇଏଲ୍) ପକ୍ଷରୁ ଆଗତ ଏହି ପିଟିସନ୍‌କୁ ଖାରଜ କରି ଦେଇଥିଲେ। ତେବେ ଏସ୍‌ୟୁସି ଉପରେ ଦୃଷ୍ଟି ଦେବାକୁ କୋର୍ଟ ସରକାରଙ୍କୁ କହିଥିଲେ। କିନ୍ତୁ ଏ ନେଇ କୋର୍ଟ କୌଣସି ନିର୍ଦ୍ଦେଶ ଜାରି କରି ନାହାନ୍ତି।

Related story