ନୂଆଦିଲ୍ଲୀ: ଆଜି ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତିର ସମୀକ୍ଷା କରି ସୁଧ ହାରରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ ରାଜନ ରେପୋ ରେଟ୍କୁ ୬.୫ ପ୍ରତିଶତ ଅପରିବର୍ତ୍ତିତ ରଖିଛନ୍ତି। ସେହିପରି କ୍ୟାସ୍ ରିଜର୍ଭ ରେସିଓ ବା ସି.ଆର୍.ଆର୍କୁ ମଧ୍ୟ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି।
ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତୀ ବୃଦ୍ଧି ପାଉଛି। ଏହାଛଡ଼ା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି। ସେହି ଦୃଷ୍ଟିରୁ ସୁଧହାରରେ ରାଜନ୍ କୌଣସି ପରିବର୍ତ୍ତନ କରିବେ ନାହିଁ ବୋଲି ପୂର୍ବରୁ ଆକଳନ କରାଯାଉଥିଲା।