Advertisment

ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ। ପୁଣି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ବଢ଼ିବ। ବ୍ୟାଙ୍କ ଋଣ ଉପରେ ସୁଧ ମଧ୍ୟ ବଢ଼ିବ। ଖୁଚୁରା ମୁଦ୍ରାସ୍ଫୀତି ୬ ପ୍ରତିଶତରୁ ଅଧିକ ରହିବା ଏହାର କାରଣ ହୋଇଛି। ଗତ ଜୁନ୍ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୦୧ ପ୍ରତିଶତ ଥିବାବେଳେ ଖାଦ୍ୟ ମୁଦ୍ରାସ୍ଫୀତି ୭.୭୫ ପ୍ରତିଶତ ସ୍ତରରେ ରହିଛି। ମେ ମାସରେ ଏହା ଯଥାକ୍ରମେ ୭.୦୪ ପ୍ରତିଶତ ଏବଂ ୭.୯୭ ପ୍ରତିଶତ ଥିଲା। ଆରବିଆଇ ସାଧାରଣତଃ ମୁଦ୍ରାସ୍ଫୀତିକୁ ୨ରୁ ୬ […]

author-image
Niranjan Mishra
ଅଦ୍ୟତନ ହୋଇଛି
ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ

alu

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ। ପୁଣି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ବଢ଼ିବ। ବ୍ୟାଙ୍କ ଋଣ ଉପରେ ସୁଧ ମଧ୍ୟ ବଢ଼ିବ। ଖୁଚୁରା ମୁଦ୍ରାସ୍ଫୀତି ୬ ପ୍ରତିଶତରୁ ଅଧିକ ରହିବା ଏହାର କାରଣ ହୋଇଛି। ଗତ ଜୁନ୍ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୦୧ ପ୍ରତିଶତ ଥିବାବେଳେ ଖାଦ୍ୟ ମୁଦ୍ରାସ୍ଫୀତି ୭.୭୫ ପ୍ରତିଶତ ସ୍ତରରେ ରହିଛି। ମେ ମାସରେ ଏହା ଯଥାକ୍ରମେ ୭.୦୪ ପ୍ରତିଶତ ଏବଂ ୭.୯୭ ପ୍ରତିଶତ ଥିଲା। ଆରବିଆଇ ସାଧାରଣତଃ ମୁଦ୍ରାସ୍ଫୀତିକୁ ୨ରୁ ୬ ପ୍ରତିଶତ ଭିତରେ ରଖିବାକୁ ଚେଷ୍ଟା କରିଥାଏ। ତେବେ କ୍ରମାଗତ ଭାବେ ୬ ମାସ ଧରି ଉପଭୋକ୍ତା ମୁଦ୍ରାସ୍ଫୀତି ୬ ପ୍ରତିଶତ ଉପରେ ରହୁଛି।

Advertisment

ତେବେ କେବଳ ଭାରତରେ ନୁହେଁ ଅନ୍ୟମାନେ ମଧ୍ୟ ଏହି ମହଙ୍ଗା ମାଡ଼ର ଶିକାର ହୋଇଛନ୍ତି। ବିଶ୍ୱରେ ଲାଗି ରହିଥିବା ବିଭିନ୍ନ ଘଟଣା ଏହାର କାରଣ ହୋଇଛି। ୨୦୨୧ ମସିହାରେ ପ୍ରାୟ ୭୭% ଦେଶ ମୁଦ୍ରାସ୍ଫୀତି ଉପରମୁହାଁ ହେବା ଯୋଗୁ ପ୍ରଭାବିତ ହୋଇଥିଲେ। ୨୦୨୨ରେ ୯୦% ଦେଶ ପ୍ରଭାବିତ ହେବ ବୋଲି ଆଶା କରାଯାଉଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ପକ୍ଷରୁ ହୋଇଥିବା ଆକଳନକୁ ଭିତ୍ତିକରି ଆରବିଆଇ ଏହା କହିଛି।

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଭାରତରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ଖୁବ୍ ଅଧିକ ବୃଦ୍ଧି ହୋଇଛି। ଟମାଟୋ, ଆଳୁ, ଏବଂ ଖାଇବା ତେଲର ମୂଲ୍ୟ ସାଧାରଣ ଲୋକଙ୍କୁ ପ୍ରଭାବିତ କରିଛି | ଏହାଛଡ଼ା ବସ୍ତ୍ର, ଜୋତା, ଘର ତିଆରି ସାମଗ୍ରୀ, ଚିକିତ୍ସା ଉପକରଣ, ପାଠପଢ଼ା ଖର୍ଚ୍ଚ ମଧ୍ୟ ଖୁବ୍ ଅଧିକ ବଢ଼ିଛି। ଚଳିତ ବର୍ଷ ଜୁନରେ ବସ୍ତ୍ରର ଦରଦାମରେ ୯.୫୨ ପ୍ରତିଶତ, ଚିକିତ୍ସା ଉପକରଣରେ ୫.୪୭ ପ୍ରତିଶତ, ପାଠପଢ଼ାରେ ୪.୫୧ ପ୍ରତିଶତ ବୃଦ୍ଧି ଘଟିଛି। ତୈଳ ଓ ବିଜୁଳି ଦର ୧୦.୩୯ ପ୍ରତିଶତ ବୃଦ୍ଧି ହୋଇଛି।

Advertisment

ଚଳିତ ବର୍ଷର ପୂର୍ବ ୩ ମାସ ମୁଦ୍ରାସ୍ଫୀତି ମଧ୍ୟମ ଧରଣର ତଥା ୪ ପ୍ରତିଶତ ଭିତରେ ରହିବ ବୋଲି ଆଶା ରହିଥିଲା। ଯେତେବେଳେ କି ୨୦୨୨-୨୩ ଆର୍ଥିକ ବର୍ଷର ମୁଦ୍ରାସ୍ଫୀତି ୪.୫ ପ୍ରତିଶତ ହେବ ବୋଲି ଆଶା ଥିଲା। ତେବେ ଏଥିରେ ଖୁବ୍ ଅଧିକ ବୃଦ୍ଧି ହୋଇଛି। ଚଳିତବର୍ଷ ଫ୍ରେବୃଆରୀରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ଦରଦାମ ବୃଦ୍ଧିର କାରଣ ହୋଇଥିଲା। ବିଶେଷ ଭାବେ ଅଶୋଧିତ ତୈଳ, ଖାଇବା ତେଲ ଓ ଅଟା ଦାମ ବୃଦ୍ଧି ଘଟିଥିଲା।

ତେଣୁ ୨୦୨୨-୨୩ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୬.୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ମୁଦ୍ରାସ୍ଫୀତି ପ୍ରଥମ ତ୍ରୈୟମାସରେ ୭.୫, ଦ୍ୱିତୀୟ ତ୍ରୈୟମାସରେ ୭.୪. ତୃତୀୟ ତ୍ରୈୟମାସରେ ୬.୨ ଓ ଚତୁର୍ଥ ତ୍ରୈୟମାସରେ ୫.୮ ପ୍ରତିଶତ ରହିବ ବୋଲି ଆରବିଆଇ ପକ୍ଷରୁ ଆକଳନ କରାଯାଇଛି।