ଭୁବନେଶ୍ୱର: କେନ୍ଦ୍ରୀୟ ସେଲ ଟ୍ୟାକ୍ସ ବାବଦ କ୍ଷତି ଭରଣା ପାଇଁ ମନା କଲେ କେନ୍ଦ୍ର ସରକାର। ଫଳରେ ରାଜ୍ୟ ସରକାର ପ୍ରାୟ ୧୮୨୧ କୋଟି ଟଙ୍କାର କ୍ଷତି ସହିବେ। କେନ୍ଦ୍ରର ଚିଠି ମିଳିବା ପରେ ଏ ନେଇ ରାଜ୍ୟ ସରକାର ଆପତ୍ତି ଉଠାଇଛନ୍ତି।
ରାଜ୍ୟ ସରକାର ୨୦୧୪-୧୫ ବର୍ଷ ପାଇଁ ୯୪୩ କୋଟି ଓ ୨୦୧୫-୧୬ ବର୍ଷ ପାଇଁ ୮୮୫ କୋଟି ଟଙ୍କା ଦାବି କରିଥିଲେ। ଆସନ୍ତା ୪ ତାରିଖରେ ନୂଆଦିଲ୍ଲୀରେ କେନ୍ଦ୍ରର ପ୍ରି-ବଜେଟ୍ ବୈଠକ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ସରକାର ପୁଣି ତାଙ୍କ ଦାବି ରଖିବେ ବୋଲି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି।