ସାମସଙ୍ଗ ଲଞ୍ଚ କଲା ୩ଟି ନୂଆ ଫୋନ୍‌: ଏମିତି ରହିଛି ଫିଚର

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଭାରତୀୟ ବଜାରରେ ଗୋଟିଏ ପରେ ଗୋଟିଏ ନୂଆ ଫୋନ୍‌ ଲଞ୍ଚ କରିବାରେ ଲାଗିଛି। ବୁଧବାର କମ୍ପାନୀ  ନୂଆ Mସିରିଜ୍‌ର Galaxy M30 ଲଞ୍ଚ୍ କରିଥିଲା। ତେବେ ଗତକାଲି ପୁଣି  A ସିରିଜର ୩ଟି ନୂଆ ମଡେଲ Galaxy A10, Galaxy A30 ଓ Galaxy A50 ଲଞ୍ଚ୍‌ କରିଛି। ସେତିକି ନୁହେଁ,  କମ୍ପାନୀ ଆସନ୍ତା ସପ୍ତାହରେ S10 ସିରିଜ୍‌କୁ ମଧ୍ୟ ଲଞ୍ଚ୍ କରିବ। କମ୍ପାନୀ Galaxy A50ର  ୪ଜିବି ରାମ୍‌-୬୪ […]

samsung

Chinmayee Roy
  • Published: Friday, 01 March 2019
  • , Updated: 01 March 2019, 05:18 PM IST

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗ ଭାରତୀୟ ବଜାରରେ ଗୋଟିଏ ପରେ ଗୋଟିଏ ନୂଆ ଫୋନ୍‌ ଲଞ୍ଚ କରିବାରେ ଲାଗିଛି। ବୁଧବାର କମ୍ପାନୀ  ନୂଆ Mସିରିଜ୍‌ର Galaxy M30 ଲଞ୍ଚ୍ କରିଥିଲା। ତେବେ ଗତକାଲି ପୁଣି  A ସିରିଜର ୩ଟି ନୂଆ ମଡେଲ Galaxy A10, Galaxy A30 ଓ Galaxy A50 ଲଞ୍ଚ୍‌ କରିଛି। ସେତିକି ନୁହେଁ,  କମ୍ପାନୀ ଆସନ୍ତା ସପ୍ତାହରେ S10 ସିରିଜ୍‌କୁ ମଧ୍ୟ ଲଞ୍ଚ୍ କରିବ।

କମ୍ପାନୀ Galaxy A50ର  ୪ଜିବି ରାମ୍‌-୬୪ ଜିବି ଷ୍ଟୋରେଜ ଓ ୬ଜିବି ରାମ୍‌-୬୪ ଜିବି ଷ୍ଟୋରେଜ  କ୍ଷମତା ରହିଛି। ଏହାର ମୂଲ୍ୟ ଯଥାକ୍ରମେ  ୧୯ ହଜାର ୯୯୦ ଟଙ୍କା ଓ ୨୨ ହଜାର ୯୯୦ ଟଙ୍କା ରହିଛି। ସେହିପରି Galaxy A30ର ୪ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜ କ୍ଷମତା ରହିଛି ଯାହାର ବଜାର ମୁଲ୍ୟ ରହିଛି  ୧୬ ହଜାର୯୯୦ ଟଙ୍କା । Galaxy A10 କଥା କହିଲେ ଏହା ଏକ ବଜେଟ ସ୍ମାର୍ଟଫୋନ୍। ଏହାର ମୂଲ୍ୟ କମ୍ପାନୀ ୮ ହଜାର ୪୯୦ ଟଙ୍କା ରଖିଛି। ଭାରତରେ Galaxy A50 ଓ Galaxy A30ର ବିକ୍ରି ମାର୍ଚ୍ଚ ୨ରୁ ଆରମ୍ଭ ହେବ। ସେହିପରି Galaxy A10ର ବିକ୍ରି ମାର୍ଚ୍ଚ ୨୦ରୁ ଆରମ୍ଭ ହେବ।

ସ୍ପେଶିଫିକେଶନ୍‌- Galaxy A50 ଓ Galaxy A30ରେ U ସେପ୍‌ର 6.4 ଇଞ୍ଚ୍ FHD+ (1080×2340) ସୁପରAMOLED ଇନ୍‌ଫିନିଟି-U ଡିସ୍‌ପ୍ଲେ ଦିଆଯାଇଛି। ସେହିପରି Galaxy A10ରେ 6.2ଇଞ୍ଚ୍‌ HD+ (720x1520)ଇନ୍‌ଫିନିଟି-V ଡିସ୍‌ପ୍ଲେ ପ୍ୟାନେଲ ରହିଛି। ପ୍ରୋସେସର କଥା କହିଲେ Galaxy A50ରେ ଅକ୍ଟାକୋର୍ Exynos 9610, Galaxy A30ରେ ଅକ୍ଟାକୋର୍ Exynos 7904 ଓ Galaxy A10ରେ ଅକ୍ଟାକୋର୍  Exynos 7884 ପ୍ରୋସେସର୍ ଦିଆଯାଇଛି।

କ୍ୟାମେରା କଥା କହିଲେ Galaxy A50ରେ ଟ୍ରିପଲ କ୍ୟାମେରା ସେଟପ୍‌ ରହିଛି। ଯେଉଁଥିରେ 25mp, 5mp, 8mpର କ୍ୟାମେରା ରହିଛି। ସେହିପରି Galaxy A30ରେ ୧୬mp ଓ 5mpର ଡୁଆଲ ରିୟର କ୍ୟାମେରା ସେଟ୍‌ଅପ୍‌ ରହିଛି। ସେହିପରି A10ରେ ୧୩mpର କ୍ୟାମେରା ଦିଆଯାଇଛି। ଫ୍ରଣ୍ଟ କ୍ୟାମେରା କଥା କହିଲେ A50 ଓ A30ରେ 25mpର କ୍ୟାମେରା ଥିବାବେଳେ A10ରେ 5mpର କ୍ୟାମେରା ଦିଆଯାଇଛି।

ସେହିଭଳି ବ୍ୟାଟେରୀ ଦେଖିବାକୁ ଗଲେ A50 ଓ A30ରେ 4,000mAh ଏବଂ A10ରେ 3,400mAhର ବ୍ୟାଟେରୀ ରହିଛି। ବଜାରରେ ଖୁବ୍‌ଶୀଘ୍ର Galaxy A50 ବ୍ଲ , ହ୍ୱାଇଟ୍‌ ଓ ବ୍ଲାକ୍‌ କଲର ଅପ୍‌ଶନ୍‌ରେ ମିଳିବ। ସେହିପରି Galaxy A10 ଓ A30 ରେଡ୍, ବ୍ଲ ଓ ବ୍ଲାକ୍‌ କଲରରେ ମିଳିବ।

Related story