ଋଣ ହାର କମାଇଲା ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଋଣ ଏବଂ ଫିକ୍ସଡ ଡିପୋଜିଟ୍ ଉପରେ ସୁଧ ହାର ହ୍ରାସ କରିବ ବୋଲି ଆଜି ଘୋଷଣା କରିଛି। ଅଧିକ ଲିକ୍ୟୁଡିଟି ଟଙ୍କା ଓ ସୁଧ ହ୍ରାସ ପାଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଛି ବୋଲି କହିଛି। ଏମସିଏଲଆର ସୁଧ ହାର ୮. ୨୫ ପ୍ରତିଶତ ଥିବା ବେଳେ ଏବେ ୦.୧୦ ପ୍ରତିଶତ ହ୍ରାସ ପାଇ ୮.୧୫ ପ୍ରତିଶତ ହୋଇଛି। ଏହି ନୂଆ ନିୟମ ଆସନ୍ତାକାଲି ପାଖରୁ ଲାଗୁ […]

sbi

Subhransu Sekhar
  • Published: Monday, 09 September 2019
  • , Updated: 09 September 2019, 04:23 PM IST

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଋଣ ଏବଂ ଫିକ୍ସଡ ଡିପୋଜିଟ୍ ଉପରେ ସୁଧ ହାର ହ୍ରାସ କରିବ ବୋଲି ଆଜି ଘୋଷଣା କରିଛି। ଅଧିକ ଲିକ୍ୟୁଡିଟି ଟଙ୍କା ଓ ସୁଧ ହ୍ରାସ ପାଉଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଛି ବୋଲି କହିଛି।

ଏମସିଏଲଆର ସୁଧ ହାର ୮. ୨୫ ପ୍ରତିଶତ ଥିବା ବେଳେ ଏବେ ୦.୧୦ ପ୍ରତିଶତ ହ୍ରାସ ପାଇ ୮.୧୫ ପ୍ରତିଶତ ହୋଇଛି। ଏହି ନୂଆ ନିୟମ ଆସନ୍ତାକାଲି ପାଖରୁ ଲାଗୁ ହେବ। ଚଳିତ ଆର୍ଥିକ ବର୍ଷରେ ପଞ୍ଚମ ଥର ପାଇଁ ଋଣ ହାର ହ୍ରାସ କରିଛି ଏସବିଆଇ।

ଏସବିଆଇ ଆରଏଫଡି ଉପରେ ମଧ୍ୟ ସୁଧ ଦର ହ୍ରାସ କରିବ ବୋଲି ଘୋଷଣା କରିଛି। ଏହି ସୁଧ ଦରରେ ୦.୨୦ରୁ ୦.୨୫ ପ୍ରତିଶତ ଯାଏଁ ହ୍ରାସ କରାଯାଇଛି । ସେହିପରି ବଡ ଧରଣର ଏଫଡିରେ ୦.୧୦ରୁ ୦.୨୦ ଯାଏଁ ସୁଧ ଦର ହ୍ରାସ କରାଯାଇଛି ।

ଏସବିଆଇ ଏପରି ନିଷ୍ପତ୍ତି ନେବା ପରେ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ବ୍ୟକ୍ତି ଅଳ୍ପ କ୍ଷତି ସହିବେ।

 

 

Related story