ଏପ୍ରିଲ୧ରୁ ୩ ଥରରୁ ଅଧିକ ନଗଦ ଜମା କଲେ ପଡ଼ିବ ଜରିମାନା

ଭୁବନେଶ୍ୱର: ଏସବିଆଇ ଗ୍ରାହକଙ୍କ ପାଇଁ  ନୂଆ ନିୟମ। ଏଣିକି ବ୍ୟାଙ୍କ୍‌ ଖାତାରେ ସର୍ବନିମ୍ନ ଜମା ନ ରଖିଲେ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା  କାଟିବ ଏସବିଆଇ। ସେହିଭଳି ବ୍ୟାଙ୍କରେ  ଅଧିକ ଥର କାରବାର  ସହ ଏଟିଏମ୍‌ ଉଠାଣ ବେଳେ ଚାର୍ଜ ଦେବାକୁ ପଡ଼ିବ। ନୂଆ ବ୍ୟବସ୍ଥା ଆସନ୍ତା ଏପ୍ରିଲ ପହିଲାରୁ ଲାଗୁ ହେବ। ଦେଶର ସର୍ବବୃହତ୍ତ ରାଷ୍ଟ୍ରାୟତ ବ୍ୟାଙ୍କରେ ଏଣିକି ଗ୍ରାହକମାନେ ମାସକୁ ସର୍ବାଧିକ ତିନିଥର ଜମା କରିପାରିବେ। ଏହାଠାରୁ ଅଧିକ ଥର ଟଙ୍କା ଜମା ରଖିଲେ ୫୦ […]

sbi

sbi

Rakesh Mallick
  • Published: Monday, 06 March 2017
  • Updated: 06 March 2017, 10:21 AM IST

Sports

Latest News

ଭୁବନେଶ୍ୱର: ଏସବିଆଇ ଗ୍ରାହକଙ୍କ ପାଇଁ  ନୂଆ ନିୟମ। ଏଣିକି ବ୍ୟାଙ୍କ୍‌ ଖାତାରେ ସର୍ବନିମ୍ନ ଜମା ନ ରଖିଲେ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା  କାଟିବ ଏସବିଆଇ। ସେହିଭଳି ବ୍ୟାଙ୍କରେ  ଅଧିକ ଥର କାରବାର  ସହ ଏଟିଏମ୍‌ ଉଠାଣ ବେଳେ ଚାର୍ଜ ଦେବାକୁ ପଡ଼ିବ। ନୂଆ ବ୍ୟବସ୍ଥା ଆସନ୍ତା ଏପ୍ରିଲ ପହିଲାରୁ ଲାଗୁ ହେବ। ଦେଶର ସର୍ବବୃହତ୍ତ ରାଷ୍ଟ୍ରାୟତ ବ୍ୟାଙ୍କରେ ଏଣିକି ଗ୍ରାହକମାନେ ମାସକୁ ସର୍ବାଧିକ ତିନିଥର ଜମା କରିପାରିବେ।

ଏହାଠାରୁ ଅଧିକ ଥର ଟଙ୍କା ଜମା ରଖିଲେ ୫୦ ଟଙ୍କାର ଶୁଳ୍କ ସହ ସେବା କର ବି ଦେବାକୁ ପଡ଼ିବ। ସେହିଭଳି କରେଣ୍ଟ୍‌ ଆକାଉଣ୍ଟ କ୍ଷେତ୍ରରେ ଏହି ଶୁଳ୍କ ୨୦ ହଜାର ପର୍ଯ୍ୟନ୍ତ ପଡ଼ିପାରେ। ମେଟ୍ରୋ ସିଟିରେ ରହୁଥିବା ଗ୍ରାହକଙ୍କ ସଞ୍ଚୟ ଜମା ଖାତା ସର୍ବନିମ୍ନ ୫୦୦୦ ଟଙ୍କା ରଖିବେ । ଏହାଠାରୁ କମ୍‌ ହେଲେ ୧୧ ଟଙ୍କା ଜରିମାନା ଦେବାକୁ ପଡ଼ିବ। ଭିନ୍ନ ଭିନ୍ନ ଅଞ୍ଚଳ ପାଇଁ ସର୍ବନିମ୍ନ ଜମା ଓ ଫାଇନରେ ପରିମାଣ ଅଲଗା ରହିବ। ଖାତାରେ ସର୍ବନିମ୍ନ ଜମା ନ ରଖିଲେ ଗ୍ରାହକଙ୍କ ଉପରେ ଶୁଳ୍କ ଲାଗୁ ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଗୁଡ଼ିକୁ ଅନୁମତି ମିଳିସାରିଛି। ଏସବିଆଇ ଏହି ବ୍ୟବସ୍ଥା ୨୦୧୨ ଲାଗୁ କରିଥିବା ବେଳେ ନୂଆ ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ବ୍ୟବସ୍ଥାକୁ ପୁଣି ଉଚ୍ଛେଦ କରିଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos