ଶୀଘ୍ର କାର୍ଯ୍ୟକାରୀ ହେବ ମିନେରାଲ ଏକ୍ସପ୍ଲୋରେସନ କର୍ପୋରେସନ

ଭୁବନେଶ୍ୱର: ରାଜ୍ୟରେ ଶୀଘ୍ର ରାଜ୍ୟ ମିନେରାଲ ଏକ୍ସପ୍ଲୋରେସନ କର୍ପୋରେସନ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଖଣି ବିଭାଗ ଅର୍ଥ ଓ ଅନ୍ୟ ସମ୍ପୃକ୍ତ ବିଭାଗମାନଙ୍କର ପରାମର୍ଶ ଲୋଡିଛନ୍ତି। ଆଜି ଭୁବନେଶ୍ୱରଠାରେ ରାଜ୍ୟ ଜିଓଲୋଜିକାଲ ପ୍ରୋଗ୍ରାମିଂ ବୋର୍ଡ ବୈଠକ ପରେ ରାଜ୍ୟ ଖଣି ସଚିବ ଆର.କେ. ଶର୍ମା ଏହା କହିଛନ୍ତି। ଏହି କର୍ପୋରେସନ ମାଧ୍ୟମରେ ଖଣି ଅଞ୍ଚଳ ଚିହ୍ନଟ ସାଙ୍ଗକୁ ଖଣିଜ ସମ୍ପଦର ପରିମାଣ ଓ ଏହାର ଗ୍ରେଡ ସମ୍ପର୍କରେ ଅନୁଧ୍ୟାନ କରାଯିବ। ଖଣି ଚିହ୍ନଟ ହେବା ପରେ ସରକାର […]

khani

Rakesh Mallick
  • Published: Tuesday, 07 June 2016
  • , Updated: 07 June 2016, 07:34 PM IST

ଭୁବନେଶ୍ୱର: ରାଜ୍ୟରେ ଶୀଘ୍ର ରାଜ୍ୟ ମିନେରାଲ ଏକ୍ସପ୍ଲୋରେସନ କର୍ପୋରେସନ କାର୍ଯ୍ୟକ୍ଷମ ହେବ। ଏଥିପାଇଁ ଖଣି ବିଭାଗ ଅର୍ଥ ଓ ଅନ୍ୟ ସମ୍ପୃକ୍ତ ବିଭାଗମାନଙ୍କର ପରାମର୍ଶ ଲୋଡିଛନ୍ତି। ଆଜି ଭୁବନେଶ୍ୱରଠାରେ ରାଜ୍ୟ ଜିଓଲୋଜିକାଲ ପ୍ରୋଗ୍ରାମିଂ ବୋର୍ଡ ବୈଠକ ପରେ ରାଜ୍ୟ ଖଣି ସଚିବ ଆର.କେ. ଶର୍ମା ଏହା କହିଛନ୍ତି।

ଏହି କର୍ପୋରେସନ ମାଧ୍ୟମରେ ଖଣି ଅଞ୍ଚଳ ଚିହ୍ନଟ ସାଙ୍ଗକୁ ଖଣିଜ ସମ୍ପଦର ପରିମାଣ ଓ ଏହାର ଗ୍ରେଡ ସମ୍ପର୍କରେ ଅନୁଧ୍ୟାନ କରାଯିବ। ଖଣି ଚିହ୍ନଟ ହେବା ପରେ ସରକାର ଏହାକୁ ଜି-୩ ଲେବଲରୁ ଜି-୨ ଲେବଲକୁ ଆଣିବା ପାଇଁ ପଦକ୍ଷେପ ନେବେ। ରାଜ୍ୟରେ ଖଣି ନିଲାମୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନୂଆ ଖଣି ଚିହ୍ନଟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।

Related story