ଶିଳ୍ପ ସମସ୍ୟାର ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ଷ୍ଟିଲ ଆସୋସିଏଶନ ପ୍ରତିନିଧି

ଭୁବନେଶ୍ୱର: ଭାରତୀୟ ଷ୍ଟିଲ୍ ଆସୋସିଏଶର ପ୍ରତିନିଧି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଆସୋସିଏଶନ ସଭାପତି ସନକ ମିଶ୍ରଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିଶେଷ କରି ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ଅଭାବର ସମାଧାନ, ଶିଳ୍ପ ଲାଗି ଜଳ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ଟିକସରେ ରିହାତି ବିଷୟରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।  ଏମ୍ଏମଡିଆ ଆକ୍ଟ ଅନୁସାରେ ଖଣି ନିଲାମୀ ବେଳେ ଓଡିଶାର ଷ୍ଟିଲ୍ […]

steel

Rakesh Mallick
  • Published: Friday, 04 September 2015
  • , Updated: 04 September 2015, 02:59 PM IST

ଭୁବନେଶ୍ୱର: ଭାରତୀୟ ଷ୍ଟିଲ୍ ଆସୋସିଏଶର ପ୍ରତିନିଧି ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଆସୋସିଏଶନ ସଭାପତି ସନକ ମିଶ୍ରଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିଶେଷ କରି ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ଅଭାବର ସମାଧାନ, ଶିଳ୍ପ ଲାଗି ଜଳ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ଟିକସରେ ରିହାତି ବିଷୟରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।  ଏମ୍ଏମଡିଆ ଆକ୍ଟ ଅନୁସାରେ ଖଣି ନିଲାମୀ ବେଳେ ଓଡିଶାର ଷ୍ଟିଲ୍ କମ୍ପାନୀଗୁଡିକୁ ପ୍ରାଧାନ୍ୟ ଦେବାକୁ ପ୍ରତିନିଧ ଦଳ ଦାବି କରିଥିଲେ । ଏହି ଆଲୋଚନା ବେଳେ ଜିନ୍ଦଲ ଷ୍ଟିଲର ମୁଖ୍ୟ ନବୀନ ଜିନ୍ଦଲଙ୍କ ସହ, ଟାଟା, ଭୂଷଣ ସମେତ ବିଭିନ୍ନ ଷ୍ଟିଲ କମ୍ପାନୀର ପ୍ରତିନିଧି ଉପସ୍ଥିତ ଥିଲେ ।

Related story