ଏସ୍ଏମ୍ଏସରେ ଆସିବ ଟ୍ରେନ ବାତିଲ ସୂଚନା

ନୂଆଦିଲ୍ଲୀ:  ଆପଣଙ୍କ ଟ୍ରେନ୍ ବିଳମ୍ୱରେ ଛାଡିବାର ଥିଲେ ଏଣିକି ଆପଣ ଏ ସମ୍ପର୍କରେ ଘରେ ଥାଇ ଜାଣିପାରିବେ। କାରଣ ଭାରତୀୟ ରେଳ ବିଭାଗ ପକ୍ଷରୁ ଏଥିପାଇଁ ଏସ୍ଏମ୍ଏସର ସୁବିଧା କରାଯାଇଛି। ଏସ୍ଏମ୍ଏସ ମାଧ୍ୟମରେ ଯାତ୍ରୀମାନଙ୍କ ଟ୍ରେନର ବିଳମ୍ୱ ନେଇ ସୂଚନା ଦିଆଯିବ। ଏହି ସେବା ଆରମ୍ଭ ହୋଇସାରିଛି । ପ୍ରଥମ ପର୍ଯ୍ୟାୟରେ କେବଳ ଟ୍ରେନ ଛାଡିବାକୁ ଥିବା ମୂଳ ଷ୍ଟେସନର ଯାତ୍ରୀମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେଉଛି। ପରବର୍ତ୍ତୀ ସମୟରେ ସବୁ ଷ୍ଟେସନ୍ ଓ ସବୁ […]

rajdhani-express

Rakesh Mallick
  • Published: Friday, 26 June 2015
  • , Updated: 26 June 2015, 12:33 PM IST

ନୂଆଦିଲ୍ଲୀ:  ଆପଣଙ୍କ ଟ୍ରେନ୍ ବିଳମ୍ୱରେ ଛାଡିବାର ଥିଲେ ଏଣିକି ଆପଣ ଏ ସମ୍ପର୍କରେ ଘରେ ଥାଇ ଜାଣିପାରିବେ। କାରଣ ଭାରତୀୟ ରେଳ ବିଭାଗ ପକ୍ଷରୁ ଏଥିପାଇଁ ଏସ୍ଏମ୍ଏସର ସୁବିଧା କରାଯାଇଛି।

ଏସ୍ଏମ୍ଏସ ମାଧ୍ୟମରେ ଯାତ୍ରୀମାନଙ୍କ ଟ୍ରେନର ବିଳମ୍ୱ ନେଇ ସୂଚନା ଦିଆଯିବ। ଏହି ସେବା ଆରମ୍ଭ ହୋଇସାରିଛି । ପ୍ରଥମ ପର୍ଯ୍ୟାୟରେ କେବଳ ଟ୍ରେନ ଛାଡିବାକୁ ଥିବା ମୂଳ ଷ୍ଟେସନର ଯାତ୍ରୀମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେଉଛି। ପରବର୍ତ୍ତୀ ସମୟରେ ସବୁ ଷ୍ଟେସନ୍ ଓ ସବୁ ରୁଟର ଯାତ୍ରୀମାନଙ୍କ ପାଇଁ ଏହି ସୁବିଧା  ଉପଲବ୍ଧ କରାଯିବ ବୋଲି ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

 ଟିକେଟ୍ ସଂରକ୍ଷଣ କଲାବେଳେ ଯାତ୍ରୀମାନେ ଯେଉଁ ମୋବାଇଲ ନମ୍ବର ଦେଇଥିବେ ସେହି ନମ୍ବରକୁ ହିଁ ମେସେଜ୍ କରାଯିବ।  ଟ୍ରେନ୍ ବାତିଲ ନେଇ ଯାତ୍ରୀମାନଙ୍କୁ ଆଗୁଆ ମେସେଜ୍ ଦିଆଯିବ ଯେପରିକି  ସେମାନେ ହଇରାଣ ନହେବେ ଅବା ଅତ୍ୟଧିକ  ଜରୁରୀ ଥିଲେ ବିକଳ୍ପ ବ୍ୟବସ୍ଥା କରିପାରିବେ। ଏହି ସୁବିଧାର ଫାଇଦା ଉଠାଇବା  ପାଇଁ  ଟିକେଟ ସଂରକ୍ଷଣ କଲାବେଳେ ଯାତ୍ରୀମାନେ ସେମାନଙ୍କ ମୋବାଇଲ ନମ୍ବର ନିଶ୍ଚିତ  ଦେବାକୁ ରେଳ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

Related story