ଲାଗୁ ହେଲା ଏସ୍‌ବିଆଇର ନୂଆ ନିୟମ; ଏଣିକି ଆଉ ମାଗଣାରେ ଦେବନି ଏହି ସବୁ ସେବା... ଜାଣିବା ପାଇଁ ପଢ଼ି ନିଅନ୍ତୁ

ନୂଆଦିଲ୍ଲୀ: ଆପଣ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଗ୍ରାହକ କି? ଯଦି ଆପଣ ଏସ୍‌ବିଆଇ ଗ୍ରାହକ ତେବେ ଆଜିଠାରୁ ଆପଣଙ୍କୁ ଦେବାକୁ ପଡ଼ିବ ଅଧିକ ସର୍ଭିସ୍‌ ଚାର୍ଜ। କାରଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଜିଠାରୁ ନୂଆ ଶୁଳ୍କ ଲାଗୁ କରିଛି । ବିଭିନ୍ନ କ୍ଷେତ୍ରରେ ସେବା ପାଇଁ ଏହି ନୂଆ ଶୁଳ୍କ ଲାଗୁ ହୋଇଛି। କିଛିଦିନ ପୂର୍ବେ ଏସ୍‌ବିଆଇ ସର୍ଭିସ୍‌ ଚାର୍ଜରେ ଅଦଳବଦଳ କରିଥିଲା। ଆସନ୍ତୁ ଜାଣିବାକୁ କେଉଁ ସେବା ପାଇଁ ଆପଣଙ୍କୁ ଦେବାକୁ […]

sbi

Rakesh Mallick
  • Published: Thursday, 01 June 2017
  • , Updated: 03 June 2017, 08:01 AM IST

ନୂଆଦିଲ୍ଲୀ: ଆପଣ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଗ୍ରାହକ କି? ଯଦି ଆପଣ ଏସ୍‌ବିଆଇ ଗ୍ରାହକ ତେବେ ଆଜିଠାରୁ ଆପଣଙ୍କୁ ଦେବାକୁ ପଡ଼ିବ ଅଧିକ ସର୍ଭିସ୍‌ ଚାର୍ଜ। କାରଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଜିଠାରୁ ନୂଆ ଶୁଳ୍କ ଲାଗୁ କରିଛି । ବିଭିନ୍ନ କ୍ଷେତ୍ରରେ ସେବା ପାଇଁ ଏହି ନୂଆ ଶୁଳ୍କ ଲାଗୁ ହୋଇଛି। କିଛିଦିନ ପୂର୍ବେ ଏସ୍‌ବିଆଇ ସର୍ଭିସ୍‌ ଚାର୍ଜରେ ଅଦଳବଦଳ କରିଥିଲା। ଆସନ୍ତୁ ଜାଣିବାକୁ କେଉଁ ସେବା ପାଇଁ ଆପଣଙ୍କୁ ଦେବାକୁ ପଡିବ ଏହି ସର୍ଭିସ୍‌ ଟ୍ୟାକ୍ସ।

ମାଗଣା ବଦଳା ଯିବନି ନୋଟ୍‌:

ଆଜିଠାରୁ ଏସ୍‌ବିଆଇରେ ମାଗଣାରେ ଚିରା, ଫଟା ଓ ଓଦା ନୋଟ୍‌ ବଦଳାଇ ହେବ ନାହିଁ। ନୋଟ୍‌ ବଦଳାଇବାକୁ ଏବେ ସର୍ଭିସ୍‌ ଟ୍ୟାକ୍ସ ଦେବାକୁ ପଡ଼ିବ। ୨୦ଟି ନୋଟ୍‌ କିମ୍ବା ୫୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ୍‌ ବଦଳାଇବା ଉପରେ କୌଣସି ଶୁକ୍ଳ ଦେବାକୁ ପଡିବ ନାହିଁ। ହେଲେ ଏହା ଉପରକୁ ହେଲେ ୨ରୁ ୫ ଟଙ୍କା ଶୁକ୍ଳ ଦେବାକୁ ପଡିବ। ୨୦ଟିରୁ ଅଧିକ ନୋଟ୍‌ ଥିଲେ ପ୍ରତି ନୋଟ୍‌ ଉପରେ ଅଧିକ ୨ ଟଙ୍କା ଦେବାକୁ ପଡିବ। ଏହାସହ ସର୍ଭିସ୍‌ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିବ।

ଟଙ୍କା ଉଠାଣ:

ଏସ୍‌ବିଆଇ ଆକାଉଣ୍ଟରେ ଆପଣ ମନଇଚ୍ଛା ଟଙ୍କା ଉଠାଉଛନ୍ତି କି? ଯଦି ଏପରି କରୁଛନ୍ତି ସଚେତନ ହୋଇ ଯାଆନ୍ତୁ। କାରଣ ଆଜିଠାରୁ ଟଙ୍କା ଉଠାଣ ଉପରେ ଅତିରିକ୍ତ ସର୍ଭିସ୍‌ ଚାର୍ଜ ଲଗାଇଛି ଏସ୍‌ବିଆଇ। ୪ଥର ଆପଣ ମାଗଣାରେ ଟଙ୍କା ଉଠାଇ ପାରିବେ। ୪ରୁ ଅଧିକ ଥର ଟଙ୍କା ଉଠାଇଲେ ସର୍ଭିସ୍‌ ଟ୍ୟାକ୍ସ ଦେବାକୁ ପଡିବ। ଏଥିରେ ଏଟିଏମ୍‌ ଟଙ୍କା ଉଠାଣ ମଧ୍ୟ ସାମିଲ ଅଛି। ୪ ଥରରୁ ଅଧିକ ଟଙ୍କା ଉଠାଇଲେ ପ୍ରତିଥରରେ ୨୦ ଟଙ୍କା ଦେବାକୁ ପଡିବ। ଏହାସହ ଅଲଗା ସର୍ଭିସ୍‌ ଟ୍ୟାକ୍ସ ମଧ୍ୟ ପଡିବ।

ଅତିରିକ୍ତ ନେଣଦେଣ:

ନୂଆ ନିୟମ ଅନୁସାରେ ଏସ୍‌ବିଆଇ ଏଟିଏମ୍‌ରେ ଅତିରିକ୍ତ ନେଣଦେଣ ପାଇଁ ୧୦ ଟଙ୍କା ଦେବାକୁ ପଡିବ। ଅନ୍ୟ ବ୍ୟାଙ୍କର ଏଟିଏମ୍‌ କାର୍ଡରୁ ଏସ୍‌ବିଆଇରେ ନେଣଦେଣ କଲେ ୨୦ ଟଙ୍କା ଦେବାକୁ ପଡିବ। ଏହାସହ ଅଲଗା ସର୍ଭିସ୍‌ ଚାର୍ଜ ଲାଗିବ।

Related story