ନୂଆଦିଲ୍ଲୀ: ଶେଷରେ ଅପେକ୍ଷାର ହେବ ଅନ୍ତ। ଆଜି ରାତି ୧୨ଟା’ରେ ଲାଗୁ ହେବ ଜିଏସ୍ଟି। ତେବେ କେଉଁ ବସ୍ତୁ ଉପରେ କେତେ ଟ୍ୟାକ୍ସ ଲାଗିବ ଏନେଇ ଜିଏସ୍ଟି ଲାଗୁ ହେବା ପୂର୍ବରୁ ଲୋକଙ୍କ ମନରେ ଉଠିଛି ଅନେକ ପ୍ରଶ୍ନ । ସରକାରଙ୍କ ଦ୍ୱାରା ଜାରି ହୋଇଥିବା ତାଲିକାରେ କିଛି ବସ୍ତୁ ଏପରି ମଧ୍ୟ ରହିଛି, ଯେଉଁଥି ପାଇଁ ଆଦୌ ଟିକସ ଦେବାକୁ ପଡ଼ିବ ନାହିଁ।
ଆସନ୍ତୁ ଜାଣିବା କେଉଁ ବସ୍ତୁ ପରେ ଲାଗିଛି ଶୂନ୍ୟ ପ୍ରତିଶତ ଟ୍ୟାକ୍ସ-
ଖୋଲା ଖାଦ୍ୟ ଶସ୍ୟ, ତଟକା ପନିପରିବା, ବିନା ମାର୍କା ଅଟା, ବିନା ମାର୍କା ମଇଦା, ଗୁଡ଼, ଦୁଗ୍ଧ, ଅଣ୍ଡା, ଦହି, ଲସି, ଖୋଲା ପନିର, ବିନା ମାର୍କା ପ୍ରାକୃତିକ ମହୁ, ଖଜୁରୀ ଗୁଡ଼, ଲୁଣ, ଫୁଲ ଭରି ଝାଡୁ, ପିଲାଙ୍କ ଡ୍ରଇଂ ଏବଂ ରଙ୍ଗ ପୁସ୍ତକ, ଶିକ୍ଷା ସେବା ଓ ସ୍ୱାସ୍ଥ୍ୟସେବା।