ନୂଆଦିଲ୍ଲୀ: ଚଳିତବର୍ଷ ବଜାରକୁ ଆସିବ ପାଞ୍ଚ ପାଞ୍ଚୋଟି ମୋବାଇଲ୍ ଫୋନ୍। ବର୍ଷ ଆରମ୍ଭରୁ କିଛି ସ୍ମାର୍ଟଫୋନ୍ ବଜାରରେ ଲଞ୍ଚ୍ କରିସାରିଛି। ଏହି ଫୋନ୍ ଗୁଡ଼ିକର ଟେକ୍ନୋଲଜି ଓ ଡିଜାଇନ୍ ଲୋକଙ୍କୁ ବେଶ୍ ଆକୃଷ୍ଟ କରି ପାରିଛି। ପ୍ରତି ସ୍ମାର୍ଟ ଫୋନ୍ର କିଛିଟା ଖାସ୍ ବିଶେଷତ୍ତ୍ୱ ରହିଛି।
Google pixel 2
ଗୁଗଲ ପିକ୍ସଲ୍ ଓ ପିକ୍ସଲ ଏକସଏଲ୍ ସ୍ମାର୍ଟଫୋନ୍ ଲଞ୍ଚ୍ ହେବା ପରେ ବଜାରକୁ ଆଉ ଏକ ସ୍ମାର୍ଟ ଫୋନ୍ ଆସିବା ନେଇ ଚର୍ଚ୍ଚା ହେଉଥିଲା। ଏହି ନୂଆ ଡିଭାଇସ୍ ନାଁ ଗୁଗଲ୍ ପିକ୍ସଲ୍ ୨ ରଖାଯାଇଛି। ଏହାର ହାଡୱେର୍ ସ୍ପେସିଫିକେସନ୍ ସମ୍ପର୍କରେ ଜଣାପଡ଼ି ନାହିଁ। ତେବେ ଏହା ଆଣ୍ଡଡ୍ରଏଡ୍ ହୋଇଥିବା ଜଣାପଡିଛି। ଏଚ୍ଟିସି ଏହାର ମାନୁଫେକ୍ଚରର ହୋଇପାରେ। ଏହି ଡିଭାଇସ୍ ଅକ୍ଟୋବରରେ ଲଞ୍ଚ ହେବ।
One plus 5
ଚଳିତବର୍ଷ ବଜାରକୁ ଆସିବ ନୂଆ ଜେନେରେସନ୍ଙ୍କ ପାଇଁ ୱାନ୍ ପ୍ଲସ୍ ଫାଇଭ୍ ଫୋନ୍। ଏହି ଫୋନରେ ବଡ଼ରୁ ବଡ଼ ଡିସ୍ପ୍ଲେ ରହିବ। ଏଥିରେ ୮ ଜିବି ଡିଡିଆର୍ ୪ ରାମ୍ ଓ ସ୍ନାପଡ୍ରଗନ୍ ୮୩୫ ପ୍ରୋସେସର ରହିବ। ଏଥିରେ ୫.୫ ଇଞ୍ଚର ୨ ରେଜୁଲେସନ୍ ଡିସପ୍ଲେ ରହିବ।
IPhone8
ଆପୋଲ୍ର ଆଉ ଏକ ଆଇଫୋନ୍ ଆସନ୍ତା ଡିସେମ୍ୱର ମାସରେ ବଜାରକୁ ଆସିବ। ଏହି ଫୋନ୍ ୫.୮ ଇଞ୍ଚର ଡିସ୍ପ୍ଲେ ରହିବ। ଏଥିରେ କୌଣସି ହୋମ ବଟନ୍ ରହିବ ନାହିଁ। ଏହାସହିତ ଏହି ଫୋନ୍ରେ ଗୋଟିଏ କ୍ୟାମେରା ରହିବ।
Samsung Galaxy Note 8
ଚଳିତବର୍ଷ ସେପ୍ଟମ୍ୱରରେ ସାମସଙ୍ଗ୍ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବ। ଏହି ଫୋନ୍ର ଡିଜାଇଙ୍ଗ୍ ଏସ୍୮ ପରି ହେବ। ଏଥିରେ ଇନ୍ଫିଲିଟି ଡିସ୍ପ୍ଲେ ରହିବ। ଏହାସହିତ ଫୋନ୍ର ପଛ ଭାଗରେ ଫିଙ୍ଗର ପ୍ରିଣ୍ଟ୍ ସେନ୍ସର ରହିବ।