ଓଡ଼ିଶା ପାଇଁ ଥ୍ରେସ ହୋଲ୍ଡ ଲିମିଟ୍‌ ୨୦ ଲକ୍ଷ ଟଙ୍କା ଧାର୍ଯ୍ୟ

ନୂଆଦିଲ୍ଲୀ: ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟ ପାଇଁ ଥ୍ରେସ ହୋଲ୍ଡ ଲିମିଟ୍‌ ୨୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଉତ୍ତରପୂର୍ବ ରାଜ୍ୟ ସହିତ ଅନ୍ୟ କିଛି ଛୋଟ ରାଜ୍ୟ ପାଇଁ ଏହି ଲିମିଟ୍‌ ୧୦ ଲକ୍ଷ ଟଙ୍କା ରଖାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସ୍‌ଟି କାଉନ୍‌ସିଲ ବୈଠକରେ ଆଜି ଏହି ନିଷ୍ପତି ହୋଇଛି। ଏଥିସହିତ ଆଜି ଜିଏସ୍‌ଟି କାଉନ୍‌ସିଲ ବୈଠକ ଶେଷ ହୋଇଛି। ଆଜି ଶେଷ ଦିନରେ ଦ୍ୱୈତ ନିୟନ୍ତ୍ରଣ ଓ ଜିଏସ୍‌ଟି ରେଟ୍‌ ନିର୍ଦ୍ଧାରଣ ଭଳି […]

arun-jaitleygst-council-meett

Rakesh Mallick
  • Published: Friday, 23 September 2016
  • , Updated: 23 September 2016, 08:29 PM IST

ନୂଆଦିଲ୍ଲୀ: ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟ ପାଇଁ ଥ୍ରେସ ହୋଲ୍ଡ ଲିମିଟ୍‌ ୨୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଉତ୍ତରପୂର୍ବ ରାଜ୍ୟ ସହିତ ଅନ୍ୟ କିଛି ଛୋଟ ରାଜ୍ୟ ପାଇଁ ଏହି ଲିମିଟ୍‌ ୧୦ ଲକ୍ଷ ଟଙ୍କା ରଖାଯାଇଛି।

ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସ୍‌ଟି କାଉନ୍‌ସିଲ ବୈଠକରେ ଆଜି ଏହି ନିଷ୍ପତି ହୋଇଛି। ଏଥିସହିତ ଆଜି ଜିଏସ୍‌ଟି କାଉନ୍‌ସିଲ ବୈଠକ ଶେଷ ହୋଇଛି।

ଆଜି ଶେଷ ଦିନରେ ଦ୍ୱୈତ ନିୟନ୍ତ୍ରଣ ଓ ଜିଏସ୍‌ଟି ରେଟ୍‌ ନିର୍ଦ୍ଧାରଣ ଭଳି ବିବାଦୀୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତେବେ ବୈଠକରେ ସିଏସ୍‌ଟି କ୍ଷତିପୂରଣ ନେଇ ନିଷ୍ପତ୍ତି ହୋଇପାରିନାହିଁ। ସିଏସ୍‌ଟି ପାଇଁ କ୍ଷତିପୂରଣ ପାଇଁ ଓଡ଼ିଶା ଦାବି କରିଆସୁଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଛନ୍ତି,“ ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟ ପାଇଁ ଥ୍ରେସ ହୋଲ୍ଡ ଲିମିଟ୍‌ ୨୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ନର୍ଥଇଷ୍ଟ ଏବଂ ଅନ୍ୟ ଛୋଟ ପାହାଡିଆ ରାଜ୍ୟ ପାଇଁ ଲିମିଟ୍‌ ୧୦ ଲକ୍ଷ ଟଙ୍କା ରଖାଯାଇଛି।”

Related story