ଉଦଘାଟିତ ହେଲା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳା

ଭୁବନେଶ୍ୱର: ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଉଦଘାଟିତ ହୋଇଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳା। ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗ ଦ୍ୱାରା ୪ର୍ଥ ଥର ପାଇଁ ଆୟୋଜିତ ଏହି ମେଳାକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଖୁବଶୀଘ୍ର ଏଣ୍ଟ୍ରପ୍ୟୁନରସିପ୍ ଡେଭଲେପମେଣ୍ଟ ପଲିସି ଏବଂ ନୂଆ ଏମ୍ଏସ୍ଏମ୍ଇ ଡେଭଲପମେଣ୍ଟ ପଲିସି ଅଣାଯିବ ବୋଲି ସୂଚନା ଦେଇଛନ୍ତି। ମେଳାରେ ୫ ଶହରୁ ଅଧିକ କ୍ଷୁଦ୍ରଶିଳ୍ପ ବ୍ୟବସାୟୀଙ୍କୁ ନେଇ ପାଖାପାଖି […]

cm

Rakesh Mallick
  • Published: Saturday, 09 January 2016
  • , Updated: 09 January 2016, 04:09 AM IST

ଭୁବନେଶ୍ୱର: ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଉଦଘାଟିତ ହୋଇଛି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳା। ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗ ଦ୍ୱାରା ୪ର୍ଥ ଥର ପାଇଁ ଆୟୋଜିତ ଏହି ମେଳାକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଖୁବଶୀଘ୍ର ଏଣ୍ଟ୍ରପ୍ୟୁନରସିପ୍ ଡେଭଲେପମେଣ୍ଟ ପଲିସି ଏବଂ ନୂଆ ଏମ୍ଏସ୍ଏମ୍ଇ ଡେଭଲପମେଣ୍ଟ ପଲିସି ଅଣାଯିବ ବୋଲି ସୂଚନା ଦେଇଛନ୍ତି। ମେଳାରେ ୫ ଶହରୁ ଅଧିକ କ୍ଷୁଦ୍ରଶିଳ୍ପ ବ୍ୟବସାୟୀଙ୍କୁ ନେଇ ପାଖାପାଖି ୩୦୦ଟି ଷ୍ଟଲ୍ ପଡ଼ିଛି।

Related story