ନୂଆଦିଲ୍ଲୀ: ରଘୁରାମ ରାଜନଙ୍କ ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର(ଆରବିଆଇ) ୨୪ତମ ଗଭର୍ଣ୍ଣର ହେବେ ଉରଜିତ ପଟେଲ। ବର୍ତ୍ତମାନ ଆରବିଆଇର ଡେପୁଟି ଗଭର୍ଣ୍ଣର ଥିବା ଉରଜିତ ସେପ୍ଟେମ୍ବର ୪ରେ ଗଭର୍ଣ୍ଣର ଭାବେ ଯୋଗ ଦେବେ।
୫୦ ବର୍ଷୀୟ ଉରଜିତ ୨୦୧୩ ଜାନୁଆରୀ ୧୧ରେ ଡେପୁଟି ଗଭର୍ଣ୍ଣର ଭାବେ ଆରବିଆଇରେ ଯୋଗ ଦେଇଥିଲେ।
ସେ ୧୯୯୦ରେ ୟେଲ୍ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ପିଏଚ୍.ଡି. ଓ ୧୯୮୬ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମ୍.ଫିଲ୍ ହାସଲ କରିଛନ୍ତି। ୨୦୦୯ରୁ ସେ ଦି ବ୍ରୁକିଂସ୍ ଇଷ୍ଟିଚ୍ୟୁଟ୍ରେ ନନ୍-ରେସିଡେଣ୍ଟ ସିନିୟର ଫେଲୋ ଭାବେ କାର୍ଯ୍ୟ କରିଛନ୍ତି।
ସେ ୧୯୯୦ ଓ ୧୯୯୫ରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ସହ ଜଡିତ ଥିଲେ। ସେ ଯୁକ୍ତରାଷ୍ଟ୍ର ଆମେରିକା, ଭାରତ, ବାହାମାସ୍ ଓ ମିଆଁମାର ଡେକ୍ସରେ ସଫଳତାର ସହ କାର୍ଯ୍ୟ କରିଛନ୍ତି।