ଜୁଲାଇ ସୁଦ୍ଧା ଓଏମ୍‌ସି ଉତ୍ପାଦନ କରିଛି ୨.୪୫ ମିଲିୟନ ଟନ୍‌ ଖଣିଜ ଦ୍ରବ୍ୟ

ଭୁବନେଶ୍ୱର: ଚଳିତ ବର୍ଷ ଓଏମ୍‌ସିର ଉତ୍ପାଦନ କ୍ଷମତା ୮.୬୫ ମିଲିୟନ ଟନ୍‌ ଥିବା ବେଳେ ଜୁଲାଇ ସୁଦ୍ଧା ଉତ୍ପାଦନ ହୋଇଛି ୨.୪୫ ମିଲିୟନ ଟନ୍‌। ରାଜ୍ୟ ସଚିବାଳୟରେ ଓଡ଼ିଶା ମାଇନିଂ କର୍ପୋରେସନ (ଓଏମ୍‌ସି)ର ଉତ୍ପାଦନ କ୍ଷମତା ବୃଦ୍ଧି ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଏହି ସୂଚନା ଦେଇଛନ୍ତି ଓଏମ୍‌ସି ଏମ୍‌ଡି ଭିନିଲ କ୍ରିଷ୍ଣା। ସେ କହିଛନ୍ତି,“ଚଳିତ ବର୍ଷ ଉଭୟ ଆଇରନ୍‌ ଓ କ୍ରୋମାଇଟ୍‌ରେ ୮.୦୬ ମିଲିୟନ୍‌ […]

vanil-krishna

Rakesh Mallick
  • Published: Saturday, 06 August 2016
  • , Updated: 06 August 2016, 09:24 PM IST

ଭୁବନେଶ୍ୱର: ଚଳିତ ବର୍ଷ ଓଏମ୍‌ସିର ଉତ୍ପାଦନ କ୍ଷମତା ୮.୬୫ ମିଲିୟନ ଟନ୍‌ ଥିବା ବେଳେ ଜୁଲାଇ ସୁଦ୍ଧା ଉତ୍ପାଦନ ହୋଇଛି ୨.୪୫ ମିଲିୟନ ଟନ୍‌। ରାଜ୍ୟ ସଚିବାଳୟରେ ଓଡ଼ିଶା ମାଇନିଂ କର୍ପୋରେସନ (ଓଏମ୍‌ସି)ର ଉତ୍ପାଦନ କ୍ଷମତା ବୃଦ୍ଧି ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଏହି ସୂଚନା ଦେଇଛନ୍ତି ଓଏମ୍‌ସି ଏମ୍‌ଡି ଭିନିଲ କ୍ରିଷ୍ଣା।

ସେ କହିଛନ୍ତି,“ଚଳିତ ବର୍ଷ ଉଭୟ ଆଇରନ୍‌ ଓ କ୍ରୋମାଇଟ୍‌ରେ ୮.୦୬ ମିଲିୟନ୍‌ ଟନ୍‌ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଗୋଟିଏ କିମ୍ବା ୨ଟି ସ୍ଥାନକୁ ଛାଡି ଦେଲେ ଗତ ୪ ମାସରେ ଉତ୍ପାଦନ ପ୍ରାୟ ସବୁ ସ୍ଥାନରେ ଧାର୍ଯ୍ୟ ଲକ୍ଷ୍ୟର ନିକଟତର ରହିଛି।”

ଦୈତାରୀ ମାଇନ୍ସର ଉତ୍ପାଦନ କ୍ଷମତା ୩ ମିଲିୟନ ଟନ୍‌ରୁ ୬ ମିଲିୟନ ଟନ୍‌, କୁର୍ମିତାରର ୨.୪ ମିଲିୟନ ଟନ୍‌ରୁ ୬ ମିଲିୟନ ଟନ୍‌ ଏବଂ ଉଚ୍ଚାବାଲିର ଉତ୍ପାଦନ କ୍ଷମତା ୧ ମିଲିୟନ ଟନ୍‌କୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଖୁବଶୀଘ୍ର ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନେଇ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାର ଆବେଦନ କରିବେ। ସେହିପରି ଅନ୍ୟ ଖଣି ଗୁଡିକର ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ବୈଠକରେ ଓଏମ୍‌ସିକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଖଣି ସଚିବ, ଖଣି ନିର୍ଦ୍ଦେଶକ ଏବଂ ଓଏମ୍‌ସି ଏମ୍‌ଡି ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।

Related story