ଆକର୍ଷଣୀୟ ସୁବିଧା ସହ  ଶସ୍ତା ଦାମରେ ମିଳିବ ଏହି ସ୍ମାର୍ଟ ଫୋନ

ନୂଆଦିଲ୍ଲୀ: ଭାରତୀୟ ମଧ୍ୟମ ଧରଣର ମୋବାଇଲ ଫୋନ ଗ୍ରାହକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି ଚାଇନା ମୋବାଇଲ ଫୋନ କମ୍ପାନୀ MI । ଏହାର Redmi ସିରିଜ ଭାରତରେ ଖୁବ ଭଲ ଚାଲିଛି । କ୍ୟାମେରା ଓ ମେମୋରି ଦୃଷ୍ଟିରୁ ଏହା ବ୍ୟବହାରକାରୀଙ୍କ ପାଖରେ ଲୋକପ୍ରିୟ ହୋଇପାରିଛି । ଏବେ ଏହି କମ୍ପାନୀ ଆଉ ଟିକେ ଶସ୍ତାରେ ଏକ ସ୍ମାର୍ଟ ଫୋନ ଗ୍ରାହକଙ୍କୁ ଦେବାକୁ ଯାଉଛି । ଚୀନ ସ୍ମାର୍ଟ ଫୋନ କମ୍ପାନୀ XIAOMI ଖୁବଶୀଘ୍ର […]

Rakesh Mallick
  • Published: Tuesday, 19 September 2017
  • , Updated: 19 September 2017, 09:51 PM IST

ନୂଆଦିଲ୍ଲୀ: ଭାରତୀୟ ମଧ୍ୟମ ଧରଣର ମୋବାଇଲ ଫୋନ ଗ୍ରାହକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି ଚାଇନା ମୋବାଇଲ ଫୋନ କମ୍ପାନୀ MI । ଏହାର Redmi ସିରିଜ ଭାରତରେ ଖୁବ ଭଲ ଚାଲିଛି । କ୍ୟାମେରା ଓ ମେମୋରି ଦୃଷ୍ଟିରୁ ଏହା ବ୍ୟବହାରକାରୀଙ୍କ ପାଖରେ ଲୋକପ୍ରିୟ ହୋଇପାରିଛି । ଏବେ ଏହି କମ୍ପାନୀ ଆଉ ଟିକେ ଶସ୍ତାରେ ଏକ ସ୍ମାର୍ଟ ଫୋନ ଗ୍ରାହକଙ୍କୁ ଦେବାକୁ ଯାଉଛି ।

ଚୀନ ସ୍ମାର୍ଟ ଫୋନ କମ୍ପାନୀ XIAOMI ଖୁବଶୀଘ୍ର ଭାରତ ବଜାରରେ ନୂଆ ସ୍ମାର୍ଟ ଫୋନ ଲଞ୍ଚ କରିବାକୁ ଯାଉଛି । ଏଥର ନୂଆ ଫିଚର ସହ ଆକର୍ଷଣୀୟ ଲୁକରେ Redmi Note 5A କୁ ଭାରତ ବଜାରରେ ପ୍ରବେଶ କରାଇବାକୁ ଲକ୍ଷ୍ୟ ରଖିଛି କମ୍ପାନୀ । ନିକଟରେ ଏହି  ସ୍ମାର୍ଟ ଫୋନ ଚାଇନା ମାର୍କେଟରେ ଲଞ୍ଚ ହୋଇ ଭଲ ବ୍ୟବସାୟ କରିଛି , ଯଦି ଭାରତରେ ଏହାକୁ ଲଞ୍ଚ କରାଯାଏ ତାହେଲେ ଏହି ମୋବାଇଲ ଫୋନ ମାର୍କେଟରେ ହଇଚଇ ସୃଷ୍ଟି କରିବ ବୋଲି କମ୍ପାନୀ ଆଶା ରଖିଛି ।

ଗ୍ରାହକମାନେ ଶସ୍ତା ଦାମ୍‌ରେ ଉନ୍ନତମାନର କ୍ୟାମେରା ଓ ସବୁଠୁ ବଢ଼ିଆ ଫିଚର ଏହି ସ୍ମାର୍ଟ ଫୋନରେ ପାଇପାରିବେ ।

ଏହି ଫୋନକୁ ଚୀନର ମୂଲ୍ୟ ଅନୁସାରେ ଭାରତୀୟ ବଜାରରେ ଛାଡ଼ିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ ।  ଚୀନ ମୂଲ୍ୟ ଅନୁସାରେ ଏହି ସ୍ମାର୍ଟ ଫୋନର ମୂଲ୍ୟ ଭାରତୀୟ ମୁଦ୍ରାରେ ମାତ୍ର ୭ ହଜାର ଟଙ୍କା ହେବ । ପାର୍ବଣ ଋତୁରେ ଏହି ଫୋନକୁ ମାର୍କେଟରେ ଛାଡ଼ିବାକୁ ଲକ୍ଷ୍ୟ ରଖିଥିବାରୁ କମ୍ପାନୀ ଗ୍ରାହକମାନଙ୍କୁ ମନପସନ୍ଦର ଅଫର ମଧ୍ୟ ଦେଇପାରେ ।

Related story