ଭାରତରେ ଲଞ୍ଚ୍‌ ହେଲା Vivo Z1x

ନୂଆଦିଲ୍ଲୀ: ଭାରତରେ ଆଜି Vivo Z1x ଲଞ୍ଚ୍‌ ହୋଇଛି। ଏହା କମ୍ପାନୀର Z ସିରିଜ୍‌ର ଦ୍ୱିତୀୟ ଫୋନ୍‌। ଏହି ସିରିଜ୍‌ର ପ୍ରଥମ ଫୋନ୍‌ Vivo Z1 Pro କିଛି ଦିନ ତଳେ ଲଞ୍ଚ୍‌ ହୋଇଥିଲା। ଏହି ଫୋନ୍‌ର ବିଶେଷତ୍ତ୍ୱ ହେଉଛି ଏହାର ଟ୍ରିପଲ୍‌ ରିୟର କ୍ୟାମେରା ସେଟ୍‌ଅପ୍‌ ଓ ବ୍ୟାଟେରୀ। ଦାମ୍ ଓ ଲଞ୍ଚ୍‌ ଅଫର୍‌  ଏହି ଫୋନ୍‌କୁ ୨ଟି ଭ୍ୟାରିୟାଣ୍ଟ- ୬ ଜିବି/୬୪ ଜିବି ଓ ୬ଜିବି/୧୨୮ଜିବିରେ ଲଞ୍ଚ୍‌ କରାଯାଇଛି। ଏଗୁଡ଼ିକର ମୂଲ୍ୟ ଯଥାକ୍ରମେ ୧୬ […]

z1x

Chinmayee Roy
  • Published: Friday, 06 September 2019
  • , Updated: 06 September 2019, 03:40 PM IST

ନୂଆଦିଲ୍ଲୀ: ଭାରତରେ ଆଜି Vivo Z1x ଲଞ୍ଚ୍‌ ହୋଇଛି। ଏହା କମ୍ପାନୀର Z ସିରିଜ୍‌ର ଦ୍ୱିତୀୟ ଫୋନ୍‌। ଏହି ସିରିଜ୍‌ର ପ୍ରଥମ ଫୋନ୍‌ Vivo Z1 Pro କିଛି ଦିନ ତଳେ ଲଞ୍ଚ୍‌ ହୋଇଥିଲା। ଏହି ଫୋନ୍‌ର ବିଶେଷତ୍ତ୍ୱ ହେଉଛି ଏହାର ଟ୍ରିପଲ୍‌ ରିୟର କ୍ୟାମେରା ସେଟ୍‌ଅପ୍‌ ଓ ବ୍ୟାଟେରୀ।

ଦାମ୍ ଓ ଲଞ୍ଚ୍‌ ଅଫର୍‌ 

ଏହି ଫୋନ୍‌କୁ ୨ଟି ଭ୍ୟାରିୟାଣ୍ଟ- ୬ ଜିବି/୬୪ ଜିବି ଓ ୬ଜିବି/୧୨୮ଜିବିରେ ଲଞ୍ଚ୍‌ କରାଯାଇଛି। ଏଗୁଡ଼ିକର ମୂଲ୍ୟ ଯଥାକ୍ରମେ ୧୬ ହଜାର ୯୯୦ ଓ ୧୮ ହଜାର ୯୯୦ଟଙ୍କା ରଖାଯାଇଛି। ଫୋନ୍‌ଟି ଫ୍ୟୁଜନ୍‌ ବ୍ଲୁ ଓ ଫ୍ୟାଣ୍ଟମ୍‌ ପର୍‌ପଲ୍‌ କଲର୍‌ରେ ଉପଲବ୍ଧ ହେବ। ସେପ୍ଟେମ୍ବର ୧୩ ମଧ୍ୟାହ୍ଣ ୧୨ଟାରୁ ଫ୍ଲିପକାର୍ଟ ଓ କମ୍ପାନୀର ଅଫିସିଆଲ୍‌ ୱେବସାଇଟ୍‌ରେ ଏହାର ବିକ୍ରି ଆରମ୍ଭ ହେବ। ଲଞ୍ଚ୍‌ ଅଫର୍‌ରେ କମ୍ପାନୀ HDFC ବ୍ୟାଙ୍କର ଡେବିଟ୍ କିମ୍ବା କ୍ରେଡିଟ୍‌ କାର୍ଡ଼ EMI ଟ୍ରାଞ୍ଜାକ୍ସନରେ ୧୨୫୦ ଟଙ୍କାର ଫ୍ଲାଟ୍‌ ଡିସ୍‌କାଉଣ୍ଟ୍‌ ବ୍ୟବସ୍ଥା ରଖିଛି। ଏଥିସହ ଜିଓ ୟୁଜର୍‌ଙ୍କୁ ଏହି ଫୋନ୍‌ ସହ ୬ ହଜାର ଟଙ୍କାର ଲାଭ ମିଳିବ।

ଉପଲବ୍ଧ ସୁବିଧା: Vivo Z1xରେ ୬.୩୮ ଇଞ୍ଚ୍‌ର Super Amoled ଡିସ୍‌ପ୍ଲେ ସହ ଇନ୍‌ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ଦିଆଯାଇଛି। ଏହି ଫୋନ୍‌ଟି କ୍ୱାଲକମ୍ ସ୍ନାପଡ୍ରାଗନ୍‌ ୭୧୨ ପ୍ରୋସେସରରେ କାମ କରେ। Z1xରେ ଆଣ୍ଟି ଫ୍ଲିକର ଅପସନ୍‌ ଦିଆଯାଇଛି। ଫଳରେ ଆପଣ ରାତିରେ ଫୋନ୍‌ ବ୍ୟବହାର କଲେ ଏହା ଆଖି ଉପରେ କିଛି ପ୍ରଭାବ ପକାଇବ ନାହିଁ। ଏଥିସହ ଫୋନ୍‌ରେ ନାଇଟ୍‌ମୋଡ୍‌ ମଧ୍ୟ ଅଛି।

ଫଟୋଗ୍ରାଫି କଥା କହିଲେ Vivo Z1xର ରିୟର୍‌ରେ ଟ୍ରିପଲ୍‌ AI କ୍ୟାମେରାର ସେଟ୍‌ଅପ୍‌ ଦିଆଯାଇଛି। ଏଥିରେ ଥିବା ମୁଖ୍ୟ କ୍ୟାମେରାଟି ୪୮ ମେଗାପିକ୍ସେଲ୍‌ର। ଏଥିରେ ଆପଣଙ୍କୁ ସୁପର୍‌ ୱାଇଡ୍ ଆଙ୍ଗେଲ୍‌ର ଫିଚର୍‌ ମିଳିବ। ଏହାର ବିଶେଷତ୍ତ୍ୱ ହେଲା ଆପଣ କ୍ଲିକ୍ କରିବା ପରେ ମଧ୍ୟ ଫଟୋରେ ଫୋକସ୍‌ର ସ୍ଥାନ ବଦଳାପାରିବେ, ଯାହାକି ପୂର୍ବରୁ କୌଣସି ଫୋନ୍‌ରେ ନାହିଁ। ଏଥିରେ ଆପଣ ଆଇଫୋନ୍‌ ପରି ଲାଇଭ୍‌ ଫଟୋ ମଧ୍ୟ ନେଇପାରିବେ। ସେହିଫରି ସେଲ୍‌ଫି ପାଇଁ ଏଥିରେ 32mpର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। Vivo Z1xରେ କମ୍ପାନୀ 4500mAh ବ୍ୟାଟେରୀ ସହିତ ୨୨.୫ ୱାଟ୍ ଟାଇପ ସି ଫ୍ଲାସ୍ ଚାର୍ଜର ମଧ୍ୟ ଦେଉଛି।

Related story