Advertisment

ବଜେଟ୍‌ରେ ଶବ୍ଦ ଖେଳ: କେଉଁ ଶବ୍ଦ କେତେଥର ବ୍ୟବହାର କରିଛନ୍ତି ବିତ୍ତମନ୍ତ୍ରୀ, ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ମନ୍ତ୍ରୀ ପିୟୂଷ୍‌ ଗୋୟଲ୍‌ ଆଜି ମୋଦି ସରକାରଙ୍କର ଅନ୍ତିମ ବଜେଟ୍‌ ଉପସ୍ଥାପନ କରିଛନ୍ତି। ପୂର୍ବରୁ ବଜେଟ୍‌ ଉପସ୍ଥାପନ ସମୟରେ ଅର୍ଥ ମନ୍ତ୍ରୀଙ୍କ ଭାଷଣ ଆପଣ ଶୁଣିଥିବେ। ତେବେ ସେବେଠାରୁ ଆଜି ପର୍ଯ୍ୟନ୍ତ ବଜେଟ୍‌ ଭାଷଣରେ ହେଉଥିବା ପରିବର୍ତ୍ତନକୁ ମଧ୍ୟ ଆପଣ ଲକ୍ଷ୍ୟ କରିଥିବେ। ବଜେଟ୍‌ ଉପସ୍ଥାପନ ସମୟରେ ଭାଷଣରେ ସର୍ବଦା ବିକାଶକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଗତ କିଛି ବର୍ଷ କୃଷକ ଓ ଡିଜିଟାଲ୍‌ କ୍ରାନ୍ତି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ମୋଦି […]

ଅଦ୍ୟତନ ହୋଇଛି
ବଜେଟ୍‌ରେ ଶବ୍ଦ ଖେଳ: କେଉଁ ଶବ୍ଦ କେତେଥର ବ୍ୟବହାର କରିଛନ୍ତି ବିତ୍ତମନ୍ତ୍ରୀ, ପଢ଼ନ୍ତୁ

dr

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ମନ୍ତ୍ରୀ ପିୟୂଷ୍‌ ଗୋୟଲ୍‌ ଆଜି ମୋଦି ସରକାରଙ୍କର ଅନ୍ତିମ ବଜେଟ୍‌ ଉପସ୍ଥାପନ କରିଛନ୍ତି। ପୂର୍ବରୁ ବଜେଟ୍‌ ଉପସ୍ଥାପନ ସମୟରେ ଅର୍ଥ ମନ୍ତ୍ରୀଙ୍କ ଭାଷଣ ଆପଣ ଶୁଣିଥିବେ। ତେବେ ସେବେଠାରୁ ଆଜି ପର୍ଯ୍ୟନ୍ତ ବଜେଟ୍‌ ଭାଷଣରେ ହେଉଥିବା ପରିବର୍ତ୍ତନକୁ ମଧ୍ୟ ଆପଣ ଲକ୍ଷ୍ୟ କରିଥିବେ।

Advertisment

ବଜେଟ୍‌ ଉପସ୍ଥାପନ ସମୟରେ ଭାଷଣରେ ସର୍ବଦା ବିକାଶକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଗତ କିଛି ବର୍ଷ କୃଷକ ଓ ଡିଜିଟାଲ୍‌ କ୍ରାନ୍ତି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି।

ମୋଦି ସରକାରଙ୍କର ଗତ ୫ ବର୍ଷର ଭାଷଣକୁ ବିଶ୍ଲେଷଣ କଲେ ଆପଣ ୟୁପିଏ ଓ ଏନ୍‌ଡିଏ ସରକାରଙ୍କର ଶବ୍ଦ ଚାତୁରୀ ଜାଣିପାରିବେ। ତାହେଲେ ଆସନ୍ତୁ ଜାଣିବା ୟୁପିଏ ଓ ଏନ୍‌ଡିଏ ସରକାରଙ୍କ ବଜେଟ୍‌ ଉପସ୍ଥାପନ ସମୟରେ ରହିଥିବା ଭିନ୍ନତା ଓ ସମାନତା ସମ୍ପର୍କରେ।

Advertisment

କିଏ, କେଉଁ ଶବ୍ଦ କେତେଥର ବ୍ୟବହାର କରିଛନ୍ତି  
ୟୁପିଏ ଓ ଏନ୍‌ଡିଏ ସରକାରଙ୍କ ଭାଷଣରେ କିଛି ଶବ୍ଦ ଏପରି ଥିଲା, ଯାହାକୁ ବାରମ୍ୱାର ଦୋହରା ଯାଇଥିଲା ଏବଂ ଲୋକମାନେ ମଧ୍ୟ ବାରମ୍ୱାର ଏହା ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ। ୟୁପିଏ ସରକାରଙ୍କ ବଜେଟ୍‌ରେ ‘ବିକାଶ ଓ ନିବେଶ’ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ଏନ୍‌ଡିଏ ସରକାର ଏଥିରେ ଏକ ବଡ଼ ପରିବର୍ତ୍ତନ କରିଥିଲେ। ୨୦୧୫-୧୬ ଆର୍ଥିକ ବଜେଟ୍‌ରେ ଏନ୍‌ଡିଏ ସରକାର ବିକାଶ ଅପେକ୍ଷା ‘ନିବେଶ’ ଶବ୍ଦକୁ ଅଧିକ ଗୁରୁତ୍ୱ ଦେଇଥିଲେ ଏବଂ ଅନେକ ଦିନ ଧରି ଏହା ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଥିଲା।

ଏହାପରେ ବଜେଟ୍‌ର ପ୍ୟାଟର୍ନକୁ ପରିବର୍ତ୍ତନ କରି ‘କୃଷକ’ଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଗଲା। ଏହାପରେ ଏହି ପର୍ଯ୍ୟାୟରେ ଯୋଡ଼ି ହୋଇଥିଲା ‘ଗ୍ରାମୀଣ ବିକାଶ’ ବା ‘ଗ୍ରାମୀଣ କୃଷକ’ ଭଳି ଶବ୍ଦ। ୟୁପିଏ ସରକାରଙ୍କ ସମୟରେ ‘କୃଷକ’ ଶବ୍ଦ ବଜେଟ୍‌ରେ ୪୭ ଥର ଶୁଣିବାକୁ ମିଳିଥିବା ବେଳେ ଏନ୍‌ଡିଏ ବଜେଟ୍‌ରେ ଏହି ଶବ୍ଦ ୮୧ ଥର ଶୁଣାଯାଇଥିଲା।

୨୦୧୭-୧୮ ବଜେଟ୍‌ ଥିଲା ନିଆରା। ଏହାକୁ ‘ବିମୁଦ୍ରୀକରଣ’ ଉପରେ କେନ୍ଦ୍ରିତ କରି ଉପସ୍ଥାପନ କରାଯାଇଥିଲା। ସେହି ବର୍ଷ ବଜେଟ୍‌ରେ ‘ଡିଜିଟାଲ୍‌’ ଶବ୍ଦକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ଆଉ ସାମାନ୍ୟ ଗୌଣ ହୋଇ ପଡିଥିଲା ‘ବିକାଶ ଓ କୃଷକ’ ଭଳି ଶବ୍ଦ।

କିନ୍ତୁ ୨୦୧୮-୧୯ ବା ଆଜି ଉପସ୍ଥାପିତ ବଜେଟ୍‌ରେ ଉପରୋକ୍ତ ସମସ୍ତ ଶବ୍ଦ ଉପରେ ‘ଭିତ୍ତିଭୂମି’ ଶବ୍ଦକୁ ଲଗାତାର ଭାବେ ଅଧିକଥର ବ୍ୟବହାର କରାଯାଇଛି। ଯାହାକୁ ଶୁଣି ଲାଗୁଛି ଏଣିକି ସରକାର ସମସ୍ତ କ୍ଷେତ୍ରରେ ଭିତ୍ତିଭୂମି ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବେ।

ଗରିବଙ୍କ ପାଇଁ ଚିନ୍ତା କାହାର ଥିଲା?
ଆଶ୍ଚର୍ଯ୍ୟର କଥା ହେଉଛି, ସର୍ବଦା ‘ଗରିବ କାର୍ଡ’ ଖେଳୁଥିବା ୟୁପିଏ ସରକାରଙ୍କ ସମୟରେ ‘ଗରିବ’ ଶବ୍ଦ ବହୁତ କମ୍‌ ଶୁଣିବାକୁ ମିଳିଥିଲା। କିନ୍ତୁ ଏନ୍‌ଡିଏ ସରକାର ଏହି ଶବ୍ଦଟିକୁ ଅଧିକ ଗୁରୁତ୍ୱ ଦେଇଥିଲେ। ୟୁପିଏ ସମୟରେ ‘ଗରିବ’ ଶବ୍ଦ ୫’ଥର ଶୁଣିବାକୁ ମିଲିଥିଲା ଓ ଏନ୍‌ଡିଏ ସମୟରେ ୬୫’ଥର। ଯାହା ୟୁପିଏ ସରକାର ତୁଳନାରେ ୧୩ ଗୁଣ ଅଧିକ ଥିଲା।

ଭାରତର ଜୀବନଧାରା ପବିତ୍ର ଗଙ୍ଗାଙ୍କୁ କିଏ ଦେଇଥିଲା ଗୁରୁତ୍ୱ?
ଗଙ୍ଗା ସଫେଇ ଦିଗରେ ୟୁପିଏ ଓ ଏନ୍‌ଡିଏ ସମାନ ଭାବେ ଚିନ୍ତା କରିଛନ୍ତି। ୟୁପିଏର ୫ଟି ବଜେଟ୍‌ରେ ଗଙ୍ଗାମାତାଙ୍କ ନାମ ୯ ଥର ଏବଂ ଏନ୍‌ଡିଏ ସରକାର ସମୟରେ ଏହାକୁ ୧୦ ଥର ଶୁଣିବାକୁ ମିଳିଥିଲା। କିନ୍ତୁ ୨୦୧୬-୧୭ ଏବଂ ୧୭-୧୮ ବଜେଟ୍‌ରେ ଅର୍ଥ ମନ୍ତ୍ରୀ ଗଙ୍ଗା ନଦୀର ନବୀକରଣ କଥା ଉଠାଇ ମଧ୍ୟ ନ ଥିଲେ।

ବିକାଶ ଓ ରାଜନୀତି
ମୋଦି ସରକାର ବଜେଟ୍‌ର ପ୍ରାଥମିକତାକୁ ପରିବର୍ତ୍ତନ କରିଥିଲେ ଏବଂ ‘ବିକାଶ,ବୃଦ୍ଧି ଓ ଭିତ୍ତିଭୂମି’ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ।  ଏପରିକି ଏହି ସବୁ ଶବ୍ଦକୁ ନେଇ ରାଜନୀତି ମଧ୍ୟ ଖୁବ୍‌ ହୋଇଥିଲା। ସମସ୍ତ ରାଜନୈତିକ ଦଳ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ମଧ୍ୟ ଲଗାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe