୧% ସୁଧରେ ଋଣ ପାଇବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୧ ପ୍ରତିଶତ ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି କେନ୍ଦୁଝରରେ ଆୟୋଜିତ ମହିଳା ସମାବେଶରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ। ସେ କହିଥିଲେ,“ମିଶନ ଶକ୍ତି କାର୍ଯ୍ୟକ୍ରମ ଏକ ନୀରବ ବିପ୍ଳବ ଆଣିପାରିଛି। ମା’ମାନେ ଆଜି ଗାଁ ଗାଁରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନର ବାର୍ତ୍ତାବହ ହୋଇପାରିଛନ୍ତି। ତେଣୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ବୋଝକୁ ହାଲୁକା କରିବା ପାଇଁ ସେମାନଙ୍କୁ […]

naveen

Rakesh Mallick
  • Published: Wednesday, 02 November 2016
  • , Updated: 02 November 2016, 07:39 PM IST

ଭୁବନେଶ୍ୱର: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୧ ପ୍ରତିଶତ ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି କେନ୍ଦୁଝରରେ ଆୟୋଜିତ ମହିଳା ସମାବେଶରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ।

ସେ କହିଥିଲେ,“ମିଶନ ଶକ୍ତି କାର୍ଯ୍ୟକ୍ରମ ଏକ ନୀରବ ବିପ୍ଳବ ଆଣିପାରିଛି। ମା’ମାନେ ଆଜି ଗାଁ ଗାଁରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନର ବାର୍ତ୍ତାବହ ହୋଇପାରିଛନ୍ତି। ତେଣୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ବୋଝକୁ ହାଲୁକା କରିବା ପାଇଁ ସେମାନଙ୍କୁ ୧ ପ୍ରତିଶତ ସୁଧରେ ଋଣ ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଏହି ସୁଧ ରିହାତି ମିଳିପାରିବ।”

ରାଜ୍ୟର ମହିଳାମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ସରକାରୀ ପ୍ରାପ୍ୟ ଯଥା- ରାସନ କାର୍ଡ, ଜମି ପଟ୍ଟା ଆଦି ମହିଳାଙ୍କ ନାମରେ ହିଁ ରେକର୍ଡ କରାଯାଉଛି। ଜମି ରେଜିଷ୍ଟ୍ରେସନରେ ମହିଳାଙ୍କୁ ଷ୍ଟାମ୍ପ ଡ୍ୟୁଟିରେ ୧ ପ୍ରତିଶତ ରିହାତି ମଧ୍ୟ ଦିଆଯାଉଛି।

Related story