ଜାଭିୟର ବିଶ୍ୱବିଦ୍ୟାଳୟରେ ସିଇଏଫଟି ଉଦଘାଟିତ

ଭୁବନେଶ୍ୱର: ଏକ୍ସଆଇଏମବି ପରିସରରେ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ ଇନ୍ ଫିସ୍କାଲ୍ ପଲିସି ଆଣ୍ଡ ଟାକ୍ସେସନ୍’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଉଦଘାଟନ କରିଛନ୍ତି। ରାଜ୍ୟ ସରକାର ଓ ଜାଭିୟର ବିଶ୍ୱବିଦ୍ୟାଳୟ ମିଳିତ ଭାବେ ଏହି ସେଣ୍ଟରକୁ ପ୍ରତିଷ୍ଠା କରିଛନ୍ତି। ଏହି ସେଣ୍ଟର ପ୍ରତିଷ୍ଠାର ମୁଖ୍ୟ ଲକ୍ଷ୍ୟ ହେଉଛି ଟାକ୍ସ ପଲିସି ଉପରେ ଗବେଷଣା କରାଯାଇ ସାମୁହିକ ବିକାଶ ପାଇଁ ରାଜ୍ୟରେ ବିନିଯୋଗ କରିବା। ଉଦଘାଟନୀ ଉତ୍ସବରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରା, ଅର୍ଥସଚିବ […]

bbsr

Rakesh Mallick
  • Published: Tuesday, 08 September 2015
  • , Updated: 08 September 2015, 02:18 AM IST

ଭୁବନେଶ୍ୱର: ଏକ୍ସଆଇଏମବି ପରିସରରେ ‘ସେଣ୍ଟର ଅଫ୍ ଏକ୍ସିଲେନ୍ସ ଇନ୍ ଫିସ୍କାଲ୍ ପଲିସି ଆଣ୍ଡ ଟାକ୍ସେସନ୍’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଉଦଘାଟନ କରିଛନ୍ତି। ରାଜ୍ୟ ସରକାର ଓ ଜାଭିୟର ବିଶ୍ୱବିଦ୍ୟାଳୟ ମିଳିତ ଭାବେ ଏହି ସେଣ୍ଟରକୁ ପ୍ରତିଷ୍ଠା କରିଛନ୍ତି। ଏହି ସେଣ୍ଟର ପ୍ରତିଷ୍ଠାର ମୁଖ୍ୟ ଲକ୍ଷ୍ୟ ହେଉଛି ଟାକ୍ସ ପଲିସି ଉପରେ ଗବେଷଣା କରାଯାଇ ସାମୁହିକ ବିକାଶ ପାଇଁ ରାଜ୍ୟରେ ବିନିଯୋଗ କରିବା। ଉଦଘାଟନୀ ଉତ୍ସବରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ଉନ୍ନୟନ କମିଶନର ଉପେନ୍ଦ୍ରନାଥ ବେହେରା, ଅର୍ଥସଚିବ ଆର୍.ବାଲାକ୍ରିଷ୍ଣନନ୍, ଜାଭିୟର ବିଶ୍ୱବିଦ୍ୟାଳୟର କୁଳପତି ଫାଦର ପଲ୍ ଫର୍ଣ୍ଣାଣ୍ଡିଜ୍ ପ୍ରମୁଖ ଉପସ୍ଥିତ ଥିଲେ। ଭାରତରେ ଥିବା ଅନ୍ୟରାଜ୍ୟ ସ୍ତରୀୟ ଫିସ୍କାଲ୍ ପଲିସି ୟୁନିଟ୍ ଠାରୁ ଏହା ସ୍ୱତନ୍ତ୍ର ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

Related story