ନୂଆଦିଲ୍ଲୀ: Cinemax 2ର ସଫଳତା ପରେ ଭାରତୀୟ ବଜାରରେ ପ୍ରବେଶ କରିଛି ସ୍ମାର୍ଟଫୋନ୍ Zen Cinemax 3। ଏହାର ଦର ରହିଛି ୫,୪୯୯ ଟଙ୍କା। ଏହି ସ୍ମାର୍ଟଫୋନ୍ରେ କମ୍ପାନୀ ପକ୍ଷରୁ ‘ମାଗଣା ପ୍ରୋଟେକ୍ସନ କିଟ୍’ ପ୍ରଦାନ କରାଯାଉଛି।
ଏହି ସ୍ମାର୍ଟଫୋନ୍ରେ Android 5.1 Lollipop OS, 5.5-inch FWVGA (480x854 pixels) IPS display, 1.3GHz quad-core processor, 2GB RAM ଓ 16GB of inbuilt storage, 5-megapixel rear autofocus camera with flash, 3.2-megapixel fixed-focus front-facing camera, 3G, Wi-Fi, Bluetooth ଓ FM radio ରହିବା ସହ 2900mAh battery କ୍ଷମତା ରହିଛି।
ଜେନ୍ ମୋବାଇଲର ସିଇଓ ସଞ୍ଜୟ କାଲ୍ରୋନା କହିଛନ୍ତି,“ Zen Cinemax 3 କମ୍ ଦର ମଧ୍ୟରେ ଭଲ ସୁବିଧା ଥିବା ଏକ ସ୍ମାର୍ଟଫୋନ୍। ଅନ୍ୟ କମ୍ପାନୀର ସ୍ମାର୍ଟଫୋନ୍ ତୁଳନାରେ ଭଲ ସୁବିଧା ଥିବାରୁ ଏହା ନିଶ୍ଚିତ ଭାରତୀୟ ବଜାରରେ ଗ୍ରାହକଙ୍କୁ ଆକୃଷ୍ଟ କରିପାରିବ ବୋଲି ମୁଁ ଆଶା କରୁଛି।”