ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୧୦୬ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୫,୫୦୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨,୫୬୭ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି।
ଏହି ୫୬୧ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୨୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୩୬ଟି କେସ୍ ହେଉଛି ଲୋକାଲ୍ କଣ୍ଟାକ୍ଟସ।
New Recoveries: 149
Cumulative Tested: 281523
Positive: 8106
Recovered: 5502
Active Cases: 2567— I & PR Department, Odisha (@IPR_Odisha) July 3, 2020
ଏହି ୫୬୧ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ ୨୮୩ ଜଣ ଅଛନ୍ତି। ସେହିପରି କଟକରୁ ୮୧ ଜଣ ଥିବା ବେଳେ ରାୟଗଡ଼ାରୁ ୭୬ ଜଣ ଅଛନ୍ତି।
COVID-19 REPORT FOR 2nd July
New Positive Cases: 561
In Quarantine: 425
Local Contacts: 136(Details of local contacts will be shared by concerned Dist Administration)
Dist Wise Cases
1. Bargarh: 21
2. Bhadrak: 1
3. Bolangir: 19
4. Cuttack: 81
5. Dhenkanal: 3
6. Ganjam: 283— I & PR Department, Odisha (@IPR_Odisha) July 3, 2020
ବରଗଡ଼ ଜିଲ୍ଲାରେ ଆଉ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରେ ଜଣେ, ବଲାଙ୍ଗିରରେ ୧୯, ଢେଙ୍କାନାଳରେ ୩, ଜଗତସିଂହପୁରରେ ୬, ଯାଜପୁରରେ ୩, ଝାରସୁଗୁଡ଼ାରେ ୨, କଳାହାଣ୍ଡିରେ ୫, କେନ୍ଦ୍ରାପଡ଼ାରେ ୨, କେନ୍ଦୁଝରରେ ୬, ଖୋର୍ଦ୍ଧାରେ ୨୬, କୋରାପୁଟରେ ୪, ମୟୂରଭଞ୍ଜରେ ୧୦, ପୁରୀରେ ଜଣେ, ସମ୍ବଲପୁରରେ ୮ ଓ ସୁନ୍ଦରଗଡ଼ରେ ୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଏନ୍ଡିଆର୍ଏଫ୍ର ଜଣେ ଯବାନ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।