ଫେବୃଆରୀ-ମାର୍ଚ୍ଚ ସୁଦ୍ଧା ଆସିପାରେ କରୋନା ଟିକା: ଏମ୍ସ ଡାକ୍ତର

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ଦିଲ୍ଲୀର ‘କମ୍ୟୁନିଟି ମେଡିସିନ୍’ ବିଭାଗର ମୁଖ୍ୟ ତଥା କରୋନା ଟିକା ଟେଷ୍ଟର ମୁଖ୍ୟ ଗବେଷଣାକାରୀ ଡକ୍ଟର ସଞ୍ଜୟ ରାୟ ରବିବାର ଏହା କହିଛନ୍ତି। ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି। ଯଦି ସବୁ ଠିକ୍ ରୁହେ, ତେବେ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ସୁଦ୍ଧା କୋଭିଡ୍ ଟିକା ଆସିପାରେ ବୋଲି ସେ କହିଛନ୍ତି। ସମ୍ଭାବ୍ୟ ଟିକା ‘କୋଭାକ୍ସିନ୍’ ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ୍ […]

aiims

Subhransu Sekhar
  • Published: Monday, 02 November 2020
  • , Updated: 02 November 2020, 07:44 AM IST

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ଦିଲ୍ଲୀର 'କମ୍ୟୁନିଟି ମେଡିସିନ୍' ବିଭାଗର ମୁଖ୍ୟ ତଥା କରୋନା ଟିକା ଟେଷ୍ଟର ମୁଖ୍ୟ ଗବେଷଣାକାରୀ ଡକ୍ଟର ସଞ୍ଜୟ ରାୟ ରବିବାର ଏହା କହିଛନ୍ତି। ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି। ଯଦି ସବୁ ଠିକ୍ ରୁହେ, ତେବେ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ସୁଦ୍ଧା କୋଭିଡ୍ ଟିକା ଆସିପାରେ ବୋଲି ସେ କହିଛନ୍ତି।

ସମ୍ଭାବ୍ୟ ଟିକା 'କୋଭାକ୍ସିନ୍' ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା ପ୍ରସ୍ତୁତ କରାଯାଉଛି। ଏମ୍ସ ଏବଂ ଅନ୍ୟ କେତେକ ଡାକ୍ତରଖାନାରେ ଏହି ଟିକାର ପରୀକ୍ଷା ଚାଲିଛି। ଏହାର ପରୀକ୍ଷା ଏମ୍ସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଛି। ପୂର୍ବରୁ ଦୁଇଟି ପର୍ଯ୍ୟାୟ ପରୀକ୍ଷା ସଫଳ ହୋଇଛି।

ରାୟ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସଫଳ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣର ଅନୁଧ୍ୟାନ ଚାଲିଛି। ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ସେ କହିଛନ୍ତି, ଋଷିଆରେ କରୋନା ଟିକା ପ୍ରଥମେ କେବଳ ୧୪ଟି ନମୁନା ପରୀକ୍ଷା ହୋଇଥିଲା। ଏହାର ତୁଳନାରେ ପ୍ରଥମ ପର୍ଯ୍ୟାୟରେ ଆମର ପ୍ରାୟ ୪୦୦ ନମୁନା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ନମୁନା ପରୀକ୍ଷା ହୋଇଛି। ତେବେ ଟିକା କେତେ ଦିନ ମଧ୍ୟରେ ଆସିବର ଜବାବରେ ସେ କହିଛନ୍ତି ଏପର୍ଯ୍ୟନ୍ତ ଫଳାଫଳ ଚୂଡାନ୍ତ ଆସିନଥିଲେ ମଧ୍ୟ ଗବେଷକ ଡାକ୍ତରମାନେ ସନ୍ତୋଷଜନକ ରହିଛନ୍ତି। ଯଦି ସବୁକିଛି ଠିକ୍ ଠାକ ରୁହେ ତେବେ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ଏହି ଟିକା ଆସିବାର ସମ୍ଭାବନା ରହିଛି।

ଦିଲ୍ଲୀର ପ୍ରଦୂଷଣ ବଢ଼ୁଥିବା ନେଇ ସେ କହିଛନ୍ତି ପ୍ରଦୂଷଣ ପ୍ରଥମେ ଫୁସଫୁସକୁ ପ୍ରଭାବିତ କରିଥାଏ। କରୋନା ଶ୍ୱାସକ୍ରିୟା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏଭଳି ସ୍ଥିତିରେ ପ୍ରଦୂଷଣ ପାଇଁ କରୋନା ସଂକ୍ରମଣ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ତାଙ୍କ କହିବାନୁସାରେ, ଅତ୍ୟଧିକ ଥଣ୍ଡା ଏବଂ ଅତ୍ୟଧିକ ଗରମ ଏହି ଭାଇରସ ପାଇଁ ଅନୁକୂଳ ନୁହେଁ। ମଧ୍ୟମ ତାପମାତ୍ରା ଏହି ଭାଇରସ ପାଇଁ ଅନୁକୂଳ। ଏକ ଗବେଷଣା ରିପୋର୍ଟରୁ ଏହା ଜଣାପଡ଼ିଛି ବୋଲି ସେ କହିଛନ୍ତି। ତେଣୁ ଏହି ଋତୁରେ କରୋନା ବ୍ୟାପିବାର ସମ୍ଭାବନା ରହିଛି ବୋଲି ସେ ଆକଳନ କରିଛନ୍ତି।

Related story