ଚୋରି ଓ ଲୁଟ୍‌ ଅଭିଯୋଗରେ ୧୨ ଗିରଫ,୪ ବାଇକ୍‌ ଜବତ

ବ୍ରହ୍ମପୁର: ଗଞ୍ଜାମ ଓ ବ୍ରହ୍ମପୁର ପୁଲିସର ମିଳିତ ଉଦ୍ୟମରେ ବିଭିନ୍ନ ସ୍ଥାନରେ ଚୋରି ଓ ଲୁଟ୍ କରିଥିବା ଅଭିଯୋଗରେ ୧୨ଜଣ ଅପରାଧିଙ୍କୁ ଆଜି ଗିରଫ କରାଯାଇଛି। ବ୍ରହ୍ମପୁର ସଦର ଥାନାର ତିନୋଟି ମାମଲାରେ ଏହି ୧୨ଜଣ ଅପରାଧିଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଚୋରି ସୁନା, ରୂପା ଅଳଙ୍କାର, ୧୦ଟି ମୋବାଇଲ୍, ୩ଟି ଖଣ୍ଡା ଓ ୪ଟି ମୋଟର ସାଇକେଲ ଜବତ କରାଯାଇଛି। ଏମାନେ ପୂର୍ବରୁ ସଂଘବଦ୍ଧ ଭାବେ ବିଭିନ୍ନ ସ୍ଥାନରେ ଅପରାଧ ଘଟାଉଥିଲେ। ଗତକାଲି […]

6lootra

Rakesh Mallick
  • Published: Saturday, 25 June 2016
  • , Updated: 25 June 2016, 09:48 PM IST

ବ୍ରହ୍ମପୁର: ଗଞ୍ଜାମ ଓ ବ୍ରହ୍ମପୁର ପୁଲିସର ମିଳିତ ଉଦ୍ୟମରେ ବିଭିନ୍ନ ସ୍ଥାନରେ ଚୋରି ଓ ଲୁଟ୍ କରିଥିବା ଅଭିଯୋଗରେ ୧୨ଜଣ ଅପରାଧିଙ୍କୁ ଆଜି ଗିରଫ କରାଯାଇଛି। ବ୍ରହ୍ମପୁର ସଦର ଥାନାର ତିନୋଟି ମାମଲାରେ ଏହି ୧୨ଜଣ ଅପରାଧିଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଚୋରି ସୁନା, ରୂପା ଅଳଙ୍କାର, ୧୦ଟି ମୋବାଇଲ୍, ୩ଟି ଖଣ୍ଡା ଓ ୪ଟି ମୋଟର ସାଇକେଲ ଜବତ କରାଯାଇଛି। ଏମାନେ ପୂର୍ବରୁ ସଂଘବଦ୍ଧ ଭାବେ ବିଭିନ୍ନ ସ୍ଥାନରେ ଅପରାଧ ଘଟାଉଥିଲେ।

ଗତକାଲି ରାତିରେ ଆଙ୍କୁଶପୁରରେ ଥିବା ଷ୍ଟେଟ୍‌ବ୍ୟାଙ୍କରେ ଲୁଟ୍ ଉଦ୍ୟମ କରୁଥିବା ବେଳେ ୬ ଜଣ ଧରାପଡ଼ିଥବା କହିଛନ୍ତି ସଦର ଏସଡ଼ିପିଓ ଅଶୋକ ମହାନ୍ତି।

ଅନ୍ୟପକ୍ଷରେ ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ଗାନ୍ଧିନଗର ମୁଖ୍ୟ ରାସ୍ତାରେ ଥିବା ତାରିଣୀ ଜେନେରାଲ୍ ଷ୍ଟୋର ଉପରକୁ ଦୁଇଜଣ ଦୁର୍ବୃତ୍ତ ମୋଟର ସାଇକେଲ ଯୋଗେ ଆସି ଏହି ବୋମା ମାଡ଼ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଦାରିଙ୍ଗିବାଡି-ଗାଜଲବାଡି ରାସ୍ତାରେ କୁଖ୍ୟାତ ଅପରାଧୀ ବୀରେନ୍ଦ୍ର ନାୟକଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଏହି ଏନ୍‌କାଉଣ୍ଟର ବେଳେ ପୋଲିସର ଗୁଳି ତା’ ଗୋଡରେ ବାଜିଥିବା ଜଣାପଡିଛି।

Related story