୨ ଅନ୍ତଃରାଜ୍ୟ କାର୍‌ ଲୁଟେରା ଗିରଫ,୨ଟି କାର ଉଦ୍ଧାର

ବରଗଡ଼: ରାଜ୍ୟ ତଥା ରାଜ୍ୟ ବାହାରର ଚାରିଚକିଆ ଯାନକୁ ଭଡା ସୂତ୍ରରେ ନେଇ ଅଧାବାଟରେ ଲୁଟି ନେଉଥିବା ଦୁଇଜଣ ଲୁଟେରାଙ୍କୁ ଗିରଫ କରିଛି ବରଗଡ଼ ପୋଲିସ୍। ସେମାନେ ହେଲେ ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସିଣ୍ଡୋଲ ଗାଁର ରଞ୍ଜିତ ସାହୁ ଓ ଡୁଙ୍ଗୁରିପାଲି ଥାନା ହରହରନଗରର ବିବେକ ବେହେରା। ଆଜି ଏହି ସୂଚନା ଦେଇଛନ୍ତି ବରଗଡ ଜିଲ୍ଲା ଏସ୍‌ପି ଆଶିଷ ସିଂହ। ସେ କହିଛନ୍ତି,“ଏହି ଦୁଇ ଲୁଟେରା ଛତିଶଗଡ଼ର ରାୟପୁରରୁ ଏକ ଟ୍ରାଭେଲ୍‌ ଏଜେନ୍ସୀ ମାଧ୍ୟମରେ […]

bargar-lootera

Rakesh Mallick
  • Published: Sunday, 03 April 2016
  • , Updated: 03 April 2016, 02:19 PM IST

ବରଗଡ଼: ରାଜ୍ୟ ତଥା ରାଜ୍ୟ ବାହାରର ଚାରିଚକିଆ ଯାନକୁ ଭଡା ସୂତ୍ରରେ ନେଇ ଅଧାବାଟରେ ଲୁଟି ନେଉଥିବା ଦୁଇଜଣ ଲୁଟେରାଙ୍କୁ ଗିରଫ କରିଛି ବରଗଡ଼ ପୋଲିସ୍। ସେମାନେ ହେଲେ ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସିଣ୍ଡୋଲ ଗାଁର ରଞ୍ଜିତ ସାହୁ ଓ ଡୁଙ୍ଗୁରିପାଲି ଥାନା ହରହରନଗରର ବିବେକ ବେହେରା।

ଆଜି ଏହି ସୂଚନା ଦେଇଛନ୍ତି ବରଗଡ ଜିଲ୍ଲା ଏସ୍‌ପି ଆଶିଷ ସିଂହ। ସେ କହିଛନ୍ତି,“ଏହି ଦୁଇ ଲୁଟେରା ଛତିଶଗଡ଼ର ରାୟପୁରରୁ ଏକ ଟ୍ରାଭେଲ୍‌ ଏଜେନ୍ସୀ ମାଧ୍ୟମରେ ଏକ ଟୟୋଟ କାର୍ (ସିଜି-୦୪-ଏଚ୍‌ଏସ୍‌-୩୭୦୦)କୁ ନୂଆପଡ଼ା ଜିଲ୍ଲାକୁ ଆସିବା ପାଇଁ ଭଡ଼ା ସୂତ୍ରରେ ଆଣିଥିଲେ। ପଦମପୁର ପାଖ ସର୍ଗିବାହାଲ ଠାରେ ସେମାନେ ଉକ୍ତକାରକୁ ଲୁଟି ନେଇ ଫେରାର ହୋଇଥିଲେ।  ଏ ନେଇ ମାମଲା ରୁଜୁ ହୋଇଥିଲା। ଉକ୍ତ କାର୍ ରଞ୍ଜିତ ସାହୁଙ୍କ ଗ୍ୟାରେଜ୍‌ରେ ଥିବା ନେଇ ତଦନ୍ତରୁ ଜଣାପଡ଼ିଥିଲା। ପରେ କାରକୁ ସେଠାରେ ଠାବ କରାଯାଇଥିଲା।”

ସେ ଆହୁରି ମଧ୍ୟ କହିଛନ୍ତି, “ଗତ ୨୩ ତାରିଖ ଦିନ ଛତିଶଗଡ଼ର ରାୟଗଡ଼ରୁ ଭଡ଼ା ସୁତ୍ରରେ ଆସିଥିବା ଏକ କାର( ସିଜି-୨୨-୫୦୮୦) ଭଟଲିଠାରେ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ଏହି କାରକୁ ମଧ୍ୟ ଏହି ଦୁଇ ଲୁଟେରା ଚୋରି କରିଥବା ସ୍ପଷ୍ଟ ହୋଇଥିଲା। ଉକ୍ତକାରକୁ ଟିଟିଲାଗଡ଼ରୁ ଠାବ କରାଯାଇଥିଲା। ଏହି ଦୁଇ ଲୁଟେରାଙ୍କ ନାମରେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଜିଲ୍ଲା ସହ ଛତିଶଗଡ଼ର ବିଭିନ୍ନ ଥାନାରେ ମାମଲା ରହିଛି।”

Related story