୨ ଟ୍ରେନ୍ ଲୁଟେରାଙ୍କୁ ଗିରଫ କଲା ରାଉରକେଲେ ଜିଆରପି

ରାଉରକେଲା: ରାଉରକେଲା ଜ୍ଞାନେଶ୍ୱରୀ ଏକ୍ସପ୍ରେସରେ ଜଣେ ମହିଳାଙ୍କଠାରୁ ଲୁଟ୍ ଘଟଣାରେ ଜିଆରପି ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଲୁଟ୍ ଗହଣା ଜବତ କରାଯାଇଛି। ଗିରଫ ଲୁଟେରାମାନେ ହେଲେ ମହମ୍ମଦ ତାଭରେଜ ଖାନ ଏବଂ ମହମ୍ମଦ ନଦୀମ ଅସରଫ। ପ୍ରୀତି ଅଗ୍ରୱାଲ ନାମକ ଜଣେ ମହିଳା ପରିବାର ସହ ଗତ ୧୧ ତାରିଖରେ ଚକ୍ରଧରପୁରରୁ ମୁମ୍ବାଇ ଜ୍ଞାନେଶ୍ୱାର ଏକ୍ସପ୍ରେସରେ ଯାଉଥିବା ବେଳେ ରାଉରକେଲା ଷ୍ଟେସନରେ ତାଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା। ଏ ନଇ ରାଉରକେଲା […]

rourkela1

Rakesh Mallick
  • Published: Sunday, 03 January 2016
  • , Updated: 03 January 2016, 12:11 PM IST

ରାଉରକେଲା: ରାଉରକେଲା ଜ୍ଞାନେଶ୍ୱରୀ ଏକ୍ସପ୍ରେସରେ ଜଣେ ମହିଳାଙ୍କଠାରୁ ଲୁଟ୍ ଘଟଣାରେ ଜିଆରପି ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଲୁଟ୍ ଗହଣା ଜବତ କରାଯାଇଛି। ଗିରଫ ଲୁଟେରାମାନେ ହେଲେ ମହମ୍ମଦ ତାଭରେଜ ଖାନ ଏବଂ ମହମ୍ମଦ ନଦୀମ ଅସରଫ। ପ୍ରୀତି ଅଗ୍ରୱାଲ ନାମକ ଜଣେ ମହିଳା ପରିବାର ସହ ଗତ ୧୧ ତାରିଖରେ ଚକ୍ରଧରପୁରରୁ ମୁମ୍ବାଇ ଜ୍ଞାନେଶ୍ୱାର ଏକ୍ସପ୍ରେସରେ ଯାଉଥିବା ବେଳେ ରାଉରକେଲା ଷ୍ଟେସନରେ ତାଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା।

ଏ ନଇ ରାଉରକେଲା ରେଲୱେ ଏସପି କେ.ଏସ. କୱଁର କହିଛନ୍ତି ଏ ନେଇ ରାଉରକେଲା ଜିଆରପି ଥାନାରେ ୧୮୭/୧୫ ନମ୍ବରରେ ଏକ ମାମଲା ହୋଇଥିଲା। ଲୁଟର ଶିକାର ମହିଳା ତାଙ୍କର ଦୁଇ ସେଟ ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗରେ ଦର୍ଶଇ ଥିଲେ। ଗିରଫ ଲୁଟେରାଙ୍କଠାରୁ ୧୩୨ ଗ୍ରାମର ସୁନା ଅଳଙ୍କାର ଜବତ କରାଯାଇଛି। ଜବତ ଅଳଙ୍କାରରେ ଦୁଇଟି ସୁନା ହାର, ୨ଟି ଚେନ ଓ ମୁଦି, କାନଫୁଲ ରହିଛି। ଗିରଫ ଅଭିଯୁକ୍ତ ଦ୍ୱୟ ରାଉରକେଲାର ବୋଲି ସେ କହିଛନ୍ତି।

Related story