ଢେଙ୍କାନାଳ: ଢେଙ୍କାନାଳ ପୋଲିସ୍ ଗୋବିନ୍ଦପୁର ନିକଟରୁ ୨୦ କ୍ୱିଣ୍ଟାଲ ବିସ୍ଫୋରକ ଜବତ କରିଛି। ଗାଡ଼ିର ହେଲପରକୁ ଗିରଫ କରାଯାଇଥିବା ବେଳେ ଗାଡ଼ି ମାଲିକ ଓ ଡ୍ରାଇଭର ଫେରାର ହୋଇଯାଇଛନ୍ତି।
ନିହଲପ୍ରସାଦରୁ ଏକ ଟିପରରେ ଗତକାଲି ରାତିରେ କିଛି ସନ୍ଦେହଜନକ ଜିନିଷ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ପୋଲିସ୍ ସୂଚନା ପାଇବା ପରେ ରୋଡ୍ ବ୍ଲକିଂ କରି ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ଏହି ଟିପରରୁ ୨୦ କ୍ୱିଣ୍ଟାଲ ଆମୋନିୟମ ନାଇଟ୍ରେଟ୍ ଜବତ କରାଯାଇଥିଲା।
ଢେଙ୍କାନାଳ ଡିଏସ୍ପି ବସନ୍ତ କୁମାର ପାଣିଗ୍ରାହୀ କହିଛନ୍ତି,“ଏହି ବିସ୍ଫୋରକକୁ ବଳାରାମପ୍ରସାଦ ନିଆଯାଉଥିଲା ବୋଲି ସନ୍ଦେହ କରାଯାଉଛି। ଚୋରା ପଥର ଖାଦାନରେ ବେଆଇନ ବ୍ଲାଷ୍ଟିଂ ପାଇଁ ଏହାକୁ ବ୍ୟବହାର କରିବାକୁ ନିଆଯାଉଥିଲା ବୋଲି ସନ୍ଦେହ କରାଯାଉଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।