ମାଓବାଦୀଙ୍କ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ୩ ଗିରଫ

କଲ୍ୟାଣସିଂହପୁର: ମାଓବାଦୀଙ୍କ ନାମରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ କଲ୍ୟାଣସିଂହପୁର ଥାନା ପୋଲିସ୍‌ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାର୍ସାଲି ପଞ୍ଚାୟତର ଡମ୍ୱୁ ସିକକା, ଗୋବିନ୍ଦ ବାଗ ଓ ସହଦେବ ବାତ୍ରା। ଭାରତୀୟ କମ୍ୟୁନିଷ୍ଟ୍‌ ପାର୍ଟି ମାଓବାଦୀ ନାଁରେ ଏହି ଅଭିଯୁକ୍ତମାନେ କଲ୍ୟାଣସିଂହପୁର ବଜାରର ଜଣେ ମଦ ବ୍ୟବସାୟୀ, ଠିକାଦାର ମଧୁ ଗୌଡ଼ ଓ ଜଣେ ଆଇଟିଡିଏ ବିଭାଗର ଯନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଚିଠି ଦେଇ ଟଙ୍କା ମାଗୁଥିଲେ। […]

muobadi

Rakesh Mallick
  • Published: Thursday, 06 October 2016
  • , Updated: 06 October 2016, 07:34 PM IST

କଲ୍ୟାଣସିଂହପୁର: ମାଓବାଦୀଙ୍କ ନାମରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ କଲ୍ୟାଣସିଂହପୁର ଥାନା ପୋଲିସ୍‌ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାର୍ସାଲି ପଞ୍ଚାୟତର ଡମ୍ୱୁ ସିକକା, ଗୋବିନ୍ଦ ବାଗ ଓ ସହଦେବ ବାତ୍ରା।

ଭାରତୀୟ କମ୍ୟୁନିଷ୍ଟ୍‌ ପାର୍ଟି ମାଓବାଦୀ ନାଁରେ ଏହି ଅଭିଯୁକ୍ତମାନେ କଲ୍ୟାଣସିଂହପୁର ବଜାରର ଜଣେ ମଦ ବ୍ୟବସାୟୀ, ଠିକାଦାର ମଧୁ ଗୌଡ଼ ଓ ଜଣେ ଆଇଟିଡିଏ ବିଭାଗର ଯନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଚିଠି ଦେଇ ଟଙ୍କା ମାଗୁଥିଲେ। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ୍‌ ମୁଖ୍ୟ ଅଭିଯୁକ୍ତ ଡମ୍ୱୁ ସିକକାକୁ ଗିରଫ କରିବା ସହିତ ତାଙ୍କଠାରୁ ଦୁଇଟି ଲେଟରପ୍ୟାଡ୍‌ ଜବତ କରିଥିଲା। ପରେ ତାଙ୍କ ବୟାନକୁ ଭିତ୍ତିକରି ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

କଲ୍ୟାଣସିଂହପୁର ଆଇଆଇସି ଶିବନାରାୟଣ ଦାସ କହିଛନ୍ତି,“ଗିରଫ ପିଲାମାନେ ମାଓବାଦୀ ନୁହନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଆଦିବାସୀ ଓ ଅନ୍ୟ ଦୁଇ ଜଣ ହରିଜନ ସମ୍ପ୍ରଦାୟର ପିଲା। ଏମାନେ ଡ୍ରାଇଭିଂ ତାଲିମ ନେବା ପାଇଁ ଆସିଥିଲେ। ଏଠାରେ ରହଣି ସମୟରେ ସେମାନେ ମାଓବାଦୀ ନାଁରେ ଚାନ୍ଦା ଆଦାୟ କରୁଥିଲେ।”

Related story