ନବରଙ୍ଗପୁର: ୩ଜଣ ପୋଲିସ୍ କର୍ମଚାରୀଙ୍କୁ ମାଡ଼ ଅଭିଯୋଗ

ଉମରକୋଟ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନାରେ ୩ ଜଣ ପୋଲିସ୍ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିବା ଅଭିଯୋଗ ହୋଇଛି। ସେମାନେ ହେଲେ କନଷ୍ଟେବଳ ମହେଶ ପଟ୍ଟନାୟକ, ହୋମଗାର୍ଡ ଅଶୋକ କହାଲି ଏବଂ ପତିରାଜ ମାଝି। ଗତକାଲି ଝରିଗାଁ ଥାନା କନଷ୍ଟେବଳ ମହେଶ ପଟ୍ଟନାୟକ ଦୁଇ ଜଣ ହୋମାଗାର୍ଡଙ୍କୁ ନେଇ କଙ୍ଗରା ଗାଁକୁ ଯାଇଥିଲେ। ତେବେ ରାସ୍ତାରେ କିଛ ଦୁର୍ବୃତ୍ତ ସେମାନଙ୍କ ଉପରକୁ ଇଟା, ପଥର ଫିଙ୍ଗିବା ସହ ପରେ ଠେଙ୍ଗା ଓ କାଠରେ ଆକ୍ରମଣ କରିଥିବା ଅଭି‌ଯୋଗ ହୋଇଛି। […]

3-cop-attacked

Rakesh Mallick
  • Published: Saturday, 12 March 2016
  • , Updated: 12 March 2016, 02:48 PM IST

ଉମରକୋଟ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନାରେ ୩ ଜଣ ପୋଲିସ୍ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିବା ଅଭିଯୋଗ ହୋଇଛି। ସେମାନେ ହେଲେ କନଷ୍ଟେବଳ ମହେଶ ପଟ୍ଟନାୟକ, ହୋମଗାର୍ଡ ଅଶୋକ କହାଲି ଏବଂ ପତିରାଜ ମାଝି।

ଗତକାଲି ଝରିଗାଁ ଥାନା କନଷ୍ଟେବଳ ମହେଶ ପଟ୍ଟନାୟକ ଦୁଇ ଜଣ ହୋମାଗାର୍ଡଙ୍କୁ ନେଇ କଙ୍ଗରା ଗାଁକୁ ଯାଇଥିଲେ। ତେବେ ରାସ୍ତାରେ କିଛ ଦୁର୍ବୃତ୍ତ ସେମାନଙ୍କ ଉପରକୁ ଇଟା, ପଥର ଫିଙ୍ଗିବା ସହ ପରେ ଠେଙ୍ଗା ଓ କାଠରେ ଆକ୍ରମଣ କରିଥିବା ଅଭି‌ଯୋଗ ହୋଇଛି। ଘଟଣାରେ ହୋମଗାର୍ଡ ଅଶୋକ କୁମାର କହାଲି ଗୁରୁତର ଆହତ ହୋଇଥିବା ବେଳେ କନେଷ୍ଟେବଳ ମହେଶ ପଟ୍ଟନାୟକ ଓ ହୋମଗାର୍ଡ ପତିରାମ ମାଝି ଆହତ ହୋଇଛନ୍ତି। ସେମାନଙ୍କୁ ଝରିଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଝରିଗାଁ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Related story