ଭୁବନେଶ୍ୱର: ୫ ଟ୍ରେନ୍ ଡକାୟତ ଗିରଫ, ୨ଟି ବୋମା, ୩ଟି ଗୁଳି ଜବତ

ଭୁବନେଶ୍ୱର: ଭୁବନେଶ୍ୱର ଜିଆର୍‌ପି ହାତରେ ଧରାପଡ଼ିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ଟ୍ରେନ୍ ଡକାୟତ। ଜଗନ୍ନାଥ ଏକ୍ସପ୍ରେସରୁ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ଭୁବନେଶ୍ୱରର ଗୌତମ ନଗର ବସ୍ତିରୁ ରେଳବାଇ ପୋଲିସ୍ ଏମାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ବୋମା, ୩ଟି ଅଫୁଟା ଗୁଳି ଓ ଲଙ୍କା ଗୁଣ୍ଡ ଆଦି ଜବତ କରିଛି। ଏହା ସହିତ ସେମାନଙ୍କଠାରୁ ସୁନାଗହଣା ଥିବା ଏକ ଭ୍ୟାନିଟି ବ୍ୟାଗ୍ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ […]

handcuff

Rakesh Mallick
  • Published: Saturday, 12 March 2016
  • , Updated: 12 March 2016, 05:40 PM IST

ଭୁବନେଶ୍ୱର: ଭୁବନେଶ୍ୱର ଜିଆର୍‌ପି ହାତରେ ଧରାପଡ଼ିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ଟ୍ରେନ୍ ଡକାୟତ। ଜଗନ୍ନାଥ ଏକ୍ସପ୍ରେସରୁ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ଭୁବନେଶ୍ୱରର ଗୌତମ ନଗର ବସ୍ତିରୁ ରେଳବାଇ ପୋଲିସ୍ ଏମାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୨ଟି ବୋମା, ୩ଟି ଅଫୁଟା ଗୁଳି ଓ ଲଙ୍କା ଗୁଣ୍ଡ ଆଦି ଜବତ କରିଛି। ଏହା ସହିତ ସେମାନଙ୍କଠାରୁ ସୁନାଗହଣା ଥିବା ଏକ ଭ୍ୟାନିଟି ବ୍ୟାଗ୍ ଜବତ କରାଯାଇଛି।

ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଏହି ଡକାୟତ ଦଳରେ ୬ ଜଣ ସଦସ୍ୟ ଥିବା ବେଳେ ଜଣେ ଖସି ଯିବାରେ ସକ୍ଷମ ହୋଇଛି।

Related story