କଟକ: ୭ ଡକାୟତ ଓ ଲୁଟେରା ଗିରଫ, ୨ଟି ପିସ୍ତଲ ଓ ୧୧ ରାଉଣ୍ଡ ଗୁଳି ଜବତ

କଟକ: ବିଭିନ୍ନ ଲୁଟ୍ ଓ ଡକାୟତି ଘଟଣାରେ ସାତ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଚୌଦ୍ୱାର ଅଞ୍ଚଳର ଚୋରି ଘଟଣାର ଲୁଟେରା। ଏହି ଦୁଇ ଜଣ ଲୁଟେରାଙ୍କ ଠାରୁ ୧୧ ରାଉଣ୍ଡ ଅଫୁଟା ଗୁଳି ସହିତ ଦୁଇଟି ପିସ୍ତଲ ଓ ଗୋଟିଏ ମଟର ସାଇକେଲ କମିଶନ ପୋଲିସ ଜବତ କରିଛି। ଏହି ଦୁଇ ଜଣ ଅଭିଯୁକ୍ତ କଟକର ବୋଲି ଜଣାପଡିଛି। ସେହିପରି ଗତ ମେ ୩୧ତାରିଖରେ  ଚୌଦ୍ୱାର ଅଞ୍ଚଳର ଡକାୟତି […]

dakayat

Rakesh Mallick
  • Published: Saturday, 22 August 2015
  • , Updated: 22 August 2015, 01:46 PM IST

କଟକ: ବିଭିନ୍ନ ଲୁଟ୍ ଓ ଡକାୟତି ଘଟଣାରେ ସାତ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଚୌଦ୍ୱାର ଅଞ୍ଚଳର ଚୋରି ଘଟଣାର ଲୁଟେରା। ଏହି ଦୁଇ ଜଣ ଲୁଟେରାଙ୍କ ଠାରୁ ୧୧ ରାଉଣ୍ଡ ଅଫୁଟା ଗୁଳି ସହିତ ଦୁଇଟି ପିସ୍ତଲ ଓ ଗୋଟିଏ ମଟର ସାଇକେଲ କମିଶନ ପୋଲିସ ଜବତ କରିଛି। ଏହି ଦୁଇ ଜଣ ଅଭିଯୁକ୍ତ କଟକର ବୋଲି ଜଣାପଡିଛି। ସେହିପରି ଗତ ମେ ୩୧ତାରିଖରେ  ଚୌଦ୍ୱାର ଅଞ୍ଚଳର ଡକାୟତି ଘଟଣାରେ ପାଞ୍ଚ ଜଣଙ୍କୁ ପୋଲିସ  ଗିରଫ କରିଥିବା ବେଳେ ଦୁଇ ଜଣ  ଫେରାର ହୋଇଯାଇଥିଲେ। ଏହି ଡକାୟତି ଗ୍ୟାଙ୍ଗ ବିଭିନ୍ନ ଅଞ୍ଚଳରୁ ସୁନା ଗହଣା ଗାଡି ଡକାୟତି କରିଥା’ନ୍ତି। ସେମାନଙ୍କ ଠାରୁ  ସୁନା  ନଗଦ ଟଙ୍କା ଲାପଟପ୍, ଟିଭି, ମାରୁତି କାର ସମେତ ୯ଟି ମୋବାଇଲ ଜବତ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ଆରପି ଶର୍ମା।

Related story