ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ୧୫ ବର୍ଷ ଧରି ଚାଲିଥିବା ଏକ ବେଆଇନ କ୍ଲିନିକ୍ ଉପରେ ଆଜି ପ୍ରଶାସନ ପକ୍ଷରୁ କରାଯାଇଛି ଚଢ଼ାଉ। ତା’ସହିତ ଜଣେ ନକଲି ଡାକ୍ତରଙ୍କୁ କରାଯାଇଛି ଗିରଫ। ଘଟଣାଟି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଟିକ୍ରାପଡ଼ାର। ଗିରଫ ନକଲି ଡାକ୍ତରଙ୍କ ନାଁ ବିଦ୍ୟୁତ୍ କୁମାର ବିଶ୍ୱାସ। ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
Also Read
ବିଦ୍ୟୁତ୍ କୁମାର ବିଶ୍ୱାସଙ୍କ ଘର ପଶ୍ଚିମବଙ୍ଗରେ। ସେ ମାତ୍ର ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଥିବା ଜଣାପଡ଼ିଛି। ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥାଇ କିମ୍ବା କୌଣସି ପ୍ରକାର ଲାଇସେନ୍ସ ନ ଥାଇ ୧୫ ବର୍ଷ ହେବ ବିଦ୍ୟୁତ୍ କୁମାର ବିଶ୍ୱାସ ଟିକ୍ରାପଡ଼ାରେ କ୍ଲିନିକ୍ ଖୋଲି ଲୋକଙ୍କୁ ଚିକିତ୍ସା କରୁଥିବା ନେଇ ଅଭିଯୋଗ ହୋଇଥିଲା। ଫଳରେ ଆଜି ସଇଁତଳା ପୁଲିସ ଓ ଡ୍ରଗ୍ସ ଇନ୍ସପେକ୍ଟର ମିଳିତ ଭାବେ ଉକ୍ତ କ୍ଲିନିକ୍ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ତାଙ୍କ କ୍ଲିନିକ୍ରୁ ବହୁ ଔଷଧ ଜବତ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।
Crime
ହାଇକୋର୍ଟଙ୍କ ନିର୍ଦ୍ଦେଶ ନମାନି ହରଡ଼ଘଣାରେ ଜିଲ୍ଲା ଶିକ୍ଷା ଅଧିକାରୀ
ବାରିପଦା ଟାଉନ ଥାନା ପୁଲିସ ମଧ୍ୟ କହିଛି ଯେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଠିକ୍ ସମୟରେ ନେଇ ହାଇକୋର୍ଟରେ ହାଜର କରାଯିବ।
Accident
ବାଇକ ଚାଳକଙ୍କୁ ଧକ୍କା ଦେଇ ୩୦କିମି ଯାଏଁ ଘୋଷାଡ଼ି ନେଲା ତହସିଲଦାରଙ୍କ ଗାଡ଼ି
ଉତ୍ତରପ୍ରଦେଶର ବହରାଇଚରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗାଡ଼ି ଭିତରେ ଥିବା ତହସିଲଦାର ନିଲମ୍ବିତ, ଡ୍ରାଇଭର ଗିରଫ।
Crime
ଲୋନ୍ ମଞ୍ଜୁର କରିବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର
ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ରୀ ଦେହୁରୀଙ୍କ ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।