ଭୁବନେଶ୍ୱର: ଆଦିତ୍ୟ କେୟାର ହସ୍ପିଟାଲ୍ ଟଙ୍କା ଲୁଟ୍ ଘଟଣାର କମିଶନରେଟ୍ ପୋଲିସ୍ ଆଜି ପର୍ଦ୍ଦାଫାସ୍ କରିଛି। ଏହି ମାମଲାରେ ୪ ଲୁଟେରାଙ୍କୁ ପୋଲିସ୍ ଗିରଫ କରିଛି। ଏଥିସହ ଲକ୍ଷାଧିକ ଟଙ୍କା, ପିସ୍ତଲ ଓ ୨ଟି ବାଇକ୍ ଜବତ କରିଛି। ଗିରଫ ୪ ଜଣଙ୍କ ମଧ୍ୟରେ ଜଣେ ହସ୍ପିଟାଲର ପୂର୍ବତନ କର୍ମଚାରୀ ଅଛନ୍ତି। ଗାଡିରେ ଟଙ୍କା ଯାଉଥିବା ବେଳେ ସଂପୃକ୍ତ ଅଧିକାରୀ ସୂଚନା ଦେଇଥିଲେ। ଏକ ସାମ୍ୱାଦିକ ସମ୍ମିଳନୀରେ ପୋଲିସ କମିଶନର ଆର.ପି ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ୪ ଅଭିଯୁକ୍ତଙ୍କୁ ଭଞ୍ଜନଗର ବୁଗୁଡା ଅଞ୍ଚଳରୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୪ରେ ଆଦିତ୍ୟ କେୟାର ହସ୍ପିଟାଲରୁ ବ୍ୟାଙ୍କରେ ଟଙ୍କା ଜମା ହେବା ପାଇଁ ଯିବା ରାସ୍ତାରେ ଟଙ୍କା ଲୁଟ୍ ହୋଇଥିଲା। ଲୁଟେରାମାନେ ବ୍ଲାଙ୍କ୍ ଫାୟାରିଂ କରି ପ୍ରାୟ ୧୭ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଲୁଟ୍ ଘଟଣାର ପ୍ରାୟ ବର୍ଷେ ପରେ ପୋଲିସକୁ ଏହି ମାମଲାରେ ସଫଳତା ମିଳିଛି। ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ପୋଲିସ୍ ଖୋଜୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।
Crime
ଉଗ୍ର ରୂପ ନେଲା ମନୋଜ ମିଶ୍ର-ବବି ଇସଲାମ କଳି; ଡିସିପି ଅଫିସ ଆଗରେ ହାଇଡ୍ରାମା
ଆଜି ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ପ୍ରଥମେ କଥା କଟାକଟି ଓ ପରେ ହାତାହାତି ଯାଏ କଥା ଗଲା। ପରେ ଡିସିପିଙ୍କ ଉପସ୍ଥିତିରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ଜଣାଯାଇଛି।