ଆନନ୍ଦ ଆତ୍ମା ଆଶ୍ରମରେ ଯୁବକଙ୍କୁ ହତ୍ୟା ଘଟଣା: ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ
ସାଲେପୁର: କଟକ ଜିଲ୍ଲା ସାଲେପୁର ସ୍ଥିତ ରାମେଶ୍ୱର ଆନନ୍ଦ ଆତ୍ମା ଆଶ୍ରମରେ ଅଶୋକ ପାତ୍ର ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅଶୋକ ପାତ୍ରଙ୍କ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହୋଇ ଆସୁଥିଲା। ସରକାର ଏହି ଦାବିକୁ ଗ୍ରହଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିବା ଲାଗି କ୍ରାଇମବ୍ରାଞ୍ଚ୍ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।