ଅନୁଗୋଳ: ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ପୋଡ଼ି ମାରି ଦେବାକୁ ଉଦ୍ୟମ ଅଭିଯୋଗ, ସ୍ୱାମୀ ଫେରାର

ଅନୁଗୋଳ: ପରକୀୟା ପ୍ରୀତି ପାଇଁ ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କତଡ଼ା ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ପୋଡ଼ି ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୋଡ଼ି ଯାଇଥିବା ମହିଳାଙ୍କ ନାଁ ସୁନୀତା ନାୟକ। ତାଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡ଼ି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  ତାଙ୍କ ସ୍ୱାମୀଙ୍କ ନାଁ ମୁରଲୀ ନାୟକ। ଘଟଣା […]

angul

angul

Rakesh Mallick
  • Published: Monday, 19 October 2015
  • Updated: 19 October 2015, 12:37 PM IST

Sports

Latest News

ଅନୁଗୋଳ: ପରକୀୟା ପ୍ରୀତି ପାଇଁ ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କତଡ଼ା ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ପୋଡ଼ି ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପୋଡ଼ି ଯାଇଥିବା ମହିଳାଙ୍କ ନାଁ ସୁନୀତା ନାୟକ। ତାଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡ଼ି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।  ତାଙ୍କ ସ୍ୱାମୀଙ୍କ ନାଁ ମୁରଲୀ ନାୟକ। ଘଟଣା ପରେ ସେ ଫେରାର ହୋଇଯାଇଛି।

ସୁନୀତା କହିଛନ୍ତି ଯେ ମୁରଲୀଙ୍କର ଗାଁର ଅନ୍ୟ ଜଣେ ଯୁବତୀଙ୍କ ସହିତ ସଂପର୍କ ରହିଛି। ସେ ସେହି ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲେ। ତେବେ ସେ ଏହାକୁ ବିରୋଧ କରି ଆସୁଥିଲେ। ଗତକାଲି ଏହାକୁ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମୁରଲୀ ଉତକ୍ଷିପ୍ତ ହୋଇ ତାଙ୍କ ପାଟିରେ କନାବିଣ୍ଡା ଭର୍ତ୍ତି କରି ଦେଇଥିଲେ ଓ ଏହାପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।

ସୁନୀତାଙ୍କ ଶାଶୂ ରେଖା ନାୟକ କହିଛନ୍ତି ଯେ ନିଆଁ ଲାଗିଥିବା ଦେଖି ସେ ଓ ତାଙ୍କର ଅନ୍ୟ ଜଣେ ପୁଅ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ। ସୁନୀତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇ ଯାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଚାରି/ପାଞ୍ଚ ମାସ ହେବ ମୁରଲୀ ତାଙ୍କ ବୋହୂକୁ ମାରପିଟ୍ କରୁଥିଲା। ପଇସାପତ୍ର ବି ଦେଉ ନଥିଲା। ଆଉ କାହାକୁ ବାହା ହେବ ବୋଲି କହୁଥିଲା।

ଅନ୍ୟପକ୍ଷରେ ଫେରାର ମୁରଲୀକୁ ଧରିବା ପାଇଁ ପୋଲିସ୍ ତତ୍ପରତା ଦେଖାଉ ନଥିବା ଅଭିଯୋଗ କରି ଗାଁରେ ଆଜି କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos