ଅନୁପ ବାବୁ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଘୋଷ ସମେତ ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ସମ୍ବଲପୁର:ସମ୍ବଲପୁରର ସୁପରକ୍ଲାସ କଣ୍ଟ୍ରାକ୍ଟର ଅନୁପ ବାବୁ ହତ୍ୟାକାଣ୍ଡର ରାୟ ଆଜି ପ୍ରକାଶ ପାଇଛି। ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଘୋଷ ସମେତ ୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅମ୍ବୁଜ ମୋହନ ଦାଶ । ପ୍ରମାଣ ଅଭାବରୁ ଅନ୍ୟ ୨ଜଣଙ୍କୁ ଦୋଷମୁକ୍ତ କରାଯାଇଛି। ଗତ ୨୦୧୦ ମସିହା ଅକ୍ଟବୋର ୭ ତାରିଖରେ ଏହି ହତ୍ୟାକାଣ୍ଡ ହୋଇଥିଲା। ସମ୍ବଲପୁର ସାକ୍ଷୀପଡ଼ା ଜ୍ୟୋତି ଭବନ ପଛପଟେ ଅନୁପଙ୍କୁ ଅତି ନିର୍ମମ ଭାବେ ହତ୍ୟା […]

anup babu

Rakesh Mallick
  • Published: Monday, 04 April 2016
  • , Updated: 04 April 2016, 05:31 PM IST

ସମ୍ବଲପୁର:ସମ୍ବଲପୁରର ସୁପରକ୍ଲାସ କଣ୍ଟ୍ରାକ୍ଟର ଅନୁପ ବାବୁ ହତ୍ୟାକାଣ୍ଡର ରାୟ ଆଜି ପ୍ରକାଶ ପାଇଛି। ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଘୋଷ ସମେତ ୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅମ୍ବୁଜ ମୋହନ ଦାଶ । ପ୍ରମାଣ ଅଭାବରୁ ଅନ୍ୟ ୨ଜଣଙ୍କୁ ଦୋଷମୁକ୍ତ କରାଯାଇଛି।

ଗତ ୨୦୧୦ ମସିହା ଅକ୍ଟବୋର ୭ ତାରିଖରେ ଏହି ହତ୍ୟାକାଣ୍ଡ ହୋଇଥିଲା। ସମ୍ବଲପୁର ସାକ୍ଷୀପଡ଼ା ଜ୍ୟୋତି ଭବନ ପଛପଟେ ଅନୁପଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

Related story