ଅସ୍ତରଙ୍ଗରେ ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା ଘଟଣା: ୮ ଜଣିଆ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଆରମ୍ଭ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଦିନାଡିଆଁ ଗାଁରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କୁ ହତ୍ୟା ଘଟଣା ଏବେ ବି ରହସ୍ୟ ଘେରରେ ରହିଛି। ଗତକାଲିଠୁ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଏସପି ରମେଶ ବେହେରା ଓ କ୍ରାଇମବ୍ରାଞ୍ଚ ଆଡିସିନାଲ ଡିଏସପି ଆରକେ ସୁଆଲ, ଷ୍ଟେଟ୍ ଫରେନସିକ୍ ଲ୍ୟାବର ଡିଏନ୍ଏ ଡିଭିଜନ ଆସିଷ୍ଟାଣ୍ଟ  ଡାଇରେକ୍ଟର ଅରୁଣ କୁମାର ସ୍ୱାଇଁଙ୍କ ସମେତ ୮ ଜଣିଆ ଟିମ୍ ଗାଁରେ ପହଞ୍ଚି ଖୋଳତାଡ଼ କରିଛି। କ୍ରାଇମବ୍ରାଞ୍ଚ ଟିମ୍ ପ୍ରଥମେ କାକଟପୁର […]

konark murder

Rakesh Mallick
  • Published: Thursday, 24 September 2015
  • , Updated: 24 September 2015, 02:19 AM IST

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଦିନାଡିଆଁ ଗାଁରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କୁ ହତ୍ୟା ଘଟଣା ଏବେ ବି ରହସ୍ୟ ଘେରରେ ରହିଛି। ଗତକାଲିଠୁ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଏସପି ରମେଶ ବେହେରା ଓ କ୍ରାଇମବ୍ରାଞ୍ଚ ଆଡିସିନାଲ ଡିଏସପି ଆରକେ ସୁଆଲ, ଷ୍ଟେଟ୍ ଫରେନସିକ୍ ଲ୍ୟାବର ଡିଏନ୍ଏ ଡିଭିଜନ ଆସିଷ୍ଟାଣ୍ଟ  ଡାଇରେକ୍ଟର ଅରୁଣ କୁମାର ସ୍ୱାଇଁଙ୍କ ସମେତ ୮ ଜଣିଆ ଟିମ୍ ଗାଁରେ ପହଞ୍ଚି ଖୋଳତାଡ଼ କରିଛି। କ୍ରାଇମବ୍ରାଞ୍ଚ ଟିମ୍ ପ୍ରଥମେ କାକଟପୁର ଓ ଅସ୍ତରଙ୍ଗ ଥାନାରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛି। ଦିନାଡିଆଁ ଗାଁର ଅବସରପ୍ରାପ୍ତ ଡିଆଇ ଦୀନବନ୍ଧୁ ମଲ୍ଲିକ ତାଙ୍କ ପତ୍ନୀ ନିର୍ମଳା ଓ ୪ ଏବଂ ୧୧ ବର୍ଷର ଦୁଇ ଛୋଟ ଝିଅଙ୍କର ଗଳାକଟା ଅବସ୍ଥାରେ ମଙ୍ଗଳବାର ସଂଧ୍ୟାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯିବା ସହ ଦିନାଡିଆଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Related story