ଆସିକା: ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା ଅଭିଯୋଗ

ଆସିକା: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗାଁର ବାଲିବନ୍ଧ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଉଛନ୍ତି ଅକ୍ରୁର ପ୍ରଧାନଙ୍କ ବଡ଼ ପୁଅ ସୁଶାନ୍ତ। ଗତକାଲି ରାତିରେ  ସୁଶାନ୍ତ ଓ ତାଙ୍କ ସାନ ଭାଇ ଶିବ ସେମାନଙ୍କ ଦୋକାନରେ ଶୋଇଥିଲେ। ଏହିସମୟରେ ଗାଁର କିଛି ଯୁବକ ସଂଘବଦ୍ଧ ହୋଇ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ।  ପ୍ରଥମେ ଶିବକୁ ମାଡ଼ ମାରିବା ସହ ଗାଁ […]

asika murder

Rakesh Mallick
  • Published: Thursday, 17 March 2016
  • , Updated: 17 March 2016, 11:17 AM IST

ଆସିକା: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗାଁର ବାଲିବନ୍ଧ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଉଛନ୍ତି ଅକ୍ରୁର ପ୍ରଧାନଙ୍କ ବଡ଼ ପୁଅ ସୁଶାନ୍ତ। ଗତକାଲି ରାତିରେ  ସୁଶାନ୍ତ ଓ ତାଙ୍କ ସାନ ଭାଇ ଶିବ ସେମାନଙ୍କ ଦୋକାନରେ ଶୋଇଥିଲେ। ଏହିସମୟରେ ଗାଁର କିଛି ଯୁବକ ସଂଘବଦ୍ଧ ହୋଇ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ।  ପ୍ରଥମେ ଶିବକୁ ମାଡ଼ ମାରିବା ସହ ଗାଁ ନିକଟ ଏକ କେନାଲରେ ଫୋପାଡି ଦେଇଥିଲେ। ତା’ପରେ ସେମାନେ ସୁଶାନ୍ତକୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍‌ଦ୍ୱାରା ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଆଇଆଇସି ପ୍ରଶାନ୍ତ ସାହୁ  କହିଛନ୍ତି।

Related story