୫୦୦୦ ଟଙ୍କା ଲାଞ୍ଚ ନେଇ ଡାକ୍ତର ଗିରଫ

ଆସ୍କା: ମୃତ୍ୟୁ ପ୍ରମାଣପତ୍ର ଦେବାକୁ ୫୦୦୦ ଟଙ୍କା ଲାଞ୍ଚ ନେଇ ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବନବିହାରୀ ଘଡ଼େଇ। ତାଙ୍କ ସାର୍ଟ ପକେଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା। ଗତ ମାସ ୨ ତାରିଖରେ ବାଲିସିରା ଗାଁର ପାଣ୍ଡବ ଡାକୁଆଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ତାଙ୍କ ପୁଅ ମିଥୁନ ଡାକ୍ତର ବନବିହାରୀ ଘଡ଼େଇଙ୍କୁ କହିଥିଲେ। ତେବେ ଏଥିପାଇଁ […]

balisira-medical

Rakesh Mallick
  • Published: Wednesday, 08 June 2016
  • , Updated: 08 June 2016, 01:32 PM IST

ଆସ୍କା: ମୃତ୍ୟୁ ପ୍ରମାଣପତ୍ର ଦେବାକୁ ୫୦୦୦ ଟଙ୍କା ଲାଞ୍ଚ ନେଇ ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବନବିହାରୀ ଘଡ଼େଇ। ତାଙ୍କ ସାର୍ଟ ପକେଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା।

ଗତ ମାସ ୨ ତାରିଖରେ ବାଲିସିରା ଗାଁର ପାଣ୍ଡବ ଡାକୁଆଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ତାଙ୍କ ପୁଅ ମିଥୁନ ଡାକ୍ତର ବନବିହାରୀ ଘଡ଼େଇଙ୍କୁ କହିଥିଲେ। ତେବେ ଏଥିପାଇଁ ଡାକ୍ତର ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ।

Related story