ଅସ୍ତରଙ୍ଗରେ ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା: ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ୍

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ନଗର ଦିନାଡିଆଁ ଗାଁରେ ଅବସରପ୍ରାପ୍ତ ଡିଆଇ ଦୀନବନ୍ଧୁ ମଲ୍ଲିକ, ତାଙ୍କ ପତ୍ନୀ ଓ ଦୁଇ ନାବାଳିକା ଝିଅଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ବୁଧବାର ସନ୍ଧ୍ୟାରେ ଘଟଣାସ୍ଥଳରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଏକ ଟିମ୍। ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଆସିଥିବା ୩ ଜଣିଆ ଟିମ୍ ଘଟଣାର ଛାନଭିନ୍ ଆରମ୍ଭ କରିଛି। ଏହାସହ ଷ୍ଟେଟ ଫେରନ୍ସିକ ଲ୍ୟାବର ଏକ ଟିମ୍ ମଧ୍ୟ ସେଠାରେ ପହଞ୍ଚିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ […]

konark murder-2

Rakesh Mallick
  • Published: Wednesday, 23 September 2015
  • , Updated: 23 September 2015, 01:59 PM IST

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ନଗର ଦିନାଡିଆଁ ଗାଁରେ ଅବସରପ୍ରାପ୍ତ ଡିଆଇ ଦୀନବନ୍ଧୁ ମଲ୍ଲିକ, ତାଙ୍କ ପତ୍ନୀ ଓ ଦୁଇ ନାବାଳିକା ଝିଅଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ବୁଧବାର ସନ୍ଧ୍ୟାରେ ଘଟଣାସ୍ଥଳରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଏକ ଟିମ୍। ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଆସିଥିବା ୩ ଜଣିଆ ଟିମ୍ ଘଟଣାର ଛାନଭିନ୍ ଆରମ୍ଭ କରିଛି। ଏହାସହ ଷ୍ଟେଟ ଫେରନ୍ସିକ ଲ୍ୟାବର ଏକ ଟିମ୍ ମଧ୍ୟ ସେଠାରେ ପହଞ୍ଚିଛି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ  ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ମଙ୍ଗଳବାର ପୁରୀ ଜିଲ୍ଲା ଅସ୍ତରଙ୍ଗ ନଗର ଦିନାଡିଆଁ ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଗାଁର ଦୀନବନ୍ଧୁ, ପତ୍ନୀ ନିର୍ମଳା ଓ ଦୁଇ ଛୋଟ ଝିଅଙ୍କର ଗଳାକଟା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଚାକିରିରୁ ଅବସର ପରେ ଦୀନବନ୍ଧୁ ଗାଁରେ ଏକ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ଗତକାଲି ଦିନ ତମାମ ସେ ଦୋକାନକୁ ନ ଆସିବାରୁ ସନ୍ଦେହରେ କିଛି ଲୋକ ତାଙ୍କ ଘରକୁ ଯାଇଥିଲେ। ଆଉ ଘର ଭିତରେ ସମସ୍ତଙ୍କ ରକ୍ତ ଜୁଡୁବୁଡୁ ଶରୀର ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଗାଁରେ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରିଥିଲା। ତେବେ ଏହି ବୀଭତ୍ସ ହତ୍ୟା ଘଟଣାର କାରଣ ଓ ଏଥିରେ କେଉଁମାନେ ସମ୍ପୃକ୍ତ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।

Related story