ଆସ୍ଥା ଚିଟଫଣ୍ଡ ଠକେଇ: ୭ ଦିନିଆ ସିବିଆଇ ରିମାଣ୍ଡରେ ସନ୍ତୋଷ କିଶନ ସପକିଲେ

ଭୁବନେଶ୍ୱର:ଆସ୍ଥା ଚିଟଫଣ୍ଡ ସଂସ୍ଥାର ଅନ୍ୟତମ ମୁଖ୍ୟ ସନ୍ତୋଷ କିଶନ ସପକିଲେ ଏବେ ୭ ଦିନିଆ ସିବିଆଇ ରିମାଣ୍ଡରେ ନେଇଛି। ଓଡ଼ିଶାରେ ସଂସ୍ଥାର ମନି ସକୁର୍ଲେସନ,  ପଲିଟିକାଲ ଓ ପ୍ରଭାବଶାଳୀ ବ୍ୟାକ୍ତିଙ୍କ ଲିଙ୍କ ଖୋଜୁଛି ସିବିଆଇ। ପଚରାଉଚରା ସମୟରେ ଜଣାପଡ଼ିଛି ଯେ, ସପକିଲେ ବିରୋଧରେ ଓଡ଼ିଶା ସମେତ ବାରାଣସୀ, ସିଲିଗୁଡି, ନାସିକ, ରାୟପୁର, ଗୋଆ ଓ କୋଲକତାରେ ରହିଛି ମାମଲା। ଏହି ସବୁ ସହରରେ ସଂସ୍ଥାର ୮୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି। ସପକିଲେର ବୟାନକୁ ଭିତ୍ତି କରି […]

astha and sapkile

astha and sapkile

Rakesh Mallick
  • Published: Wednesday, 23 December 2015
  • Updated: 23 December 2015, 01:32 PM IST

ଭୁବନେଶ୍ୱର:ଆସ୍ଥା ଚିଟଫଣ୍ଡ ସଂସ୍ଥାର ଅନ୍ୟତମ ମୁଖ୍ୟ ସନ୍ତୋଷ କିଶନ ସପକିଲେ ଏବେ ୭ ଦିନିଆ ସିବିଆଇ ରିମାଣ୍ଡରେ ନେଇଛି। ଓଡ଼ିଶାରେ ସଂସ୍ଥାର ମନି ସକୁର୍ଲେସନ,  ପଲିଟିକାଲ ଓ ପ୍ରଭାବଶାଳୀ ବ୍ୟାକ୍ତିଙ୍କ ଲିଙ୍କ ଖୋଜୁଛି ସିବିଆଇ। ପଚରାଉଚରା ସମୟରେ ଜଣାପଡ଼ିଛି ଯେ, ସପକିଲେ ବିରୋଧରେ ଓଡ଼ିଶା ସମେତ ବାରାଣସୀ, ସିଲିଗୁଡି, ନାସିକ, ରାୟପୁର, ଗୋଆ ଓ କୋଲକତାରେ ରହିଛି ମାମଲା। ଏହି ସବୁ ସହରରେ ସଂସ୍ଥାର ୮୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି। ସପକିଲେର ବୟାନକୁ ଭିତ୍ତି କରି ସିବିଆଇ ଆସ୍ଥା ଓଡିଶା ମୁଖ୍ୟ ଶୁଭ୍ରାଂଶୁ ଲେଙ୍କାକୁ ଜେରା କରିପାରେ। ଜେରାରୁ ଓଡ଼ିଶା ଲିଙ୍କ ନେଇ ଖୋଲିପାରେ ଅନେକ ଗୁମର। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପ୍ରଥମେ ଆସ୍ଥା ଚିଟଫଣ୍ଡ ସଂସ୍ଥାର ତଦନ୍ତ କରିଥିଲେ। ସଂସ୍ଥା ଓଡିଶାରୁ ୬୦କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା କ୍ରାଇମବ୍ରାଞ୍ଚ ଦୁଇଟି ଚାର୍ଜସିଟରେ  ଉଲ୍ଲେଖ କରିଥିଲା। ତେବେ ଟଙ୍କା କେଉଁଠି ଅଛି ? କେଉଁ କ୍ଷେତ୍ରରେ ବିନିଯୋଗ ହୋଇଛି ଅର୍ଥ ? ଓଡ଼ିଶାରେ ସଂସ୍ଥାର ପଲିଟିକାଲ୍ ଲିଙ୍କ ଅଛି କି ? ସେ ନେଇ ଖୋଳ ତାଡ଼ ଚାଲିଛି। ସଂସ୍ଥାର ଅନ୍ୟତମ ଏମଡି ଚନ୍ଦ୍ର ସିଂହ୍ନା ସିବାଜୀ ଚୌହାନକୁ ସିବିଆଇ ରିମାଣ୍ଡରେ ଆଣିବ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos